କାର ଧକ୍କାରେ ୨ ଆହାତ!

0 69

ମ. ରାମପୁର ୭/୯ : ସଡ଼କ ଦୁର୍ଘଟଣା ରୋକିବାକୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରିବା ସହ ଅନେକ ସଚେତନତା ର ବାର୍ତ୍ତା ମଧ୍ୟ ଦେଉଛନ୍ତି କିନ୍ତୁ ତଥାପି ଲୋକେ ବିଭିନ୍ନ ସମୟରେ ବେପାରୁଆ ଗାଡ଼ି ଚାଳନା କରୁଛନ୍ତି ଯା ଫଳରେ ଅନେକ ଧନ ଜୀବନ କ୍ଷୟକ୍ଷତି ଘଟୁଛି। ଏମିତି ଏକ ମର୍ମନ୍ତୁନ୍ଦ ସଡ଼କ ଦୁର୍ଘଟଣା ଦେଖିବାକୁ ମିଳିଛି ୫୯ ଜାତୀୟ ରାଜପଥରେ ସୂଚନା ଅନୁସାରେ କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ୍ ମୁଡିଂ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କର୍ଲାବାହାଲି ଗ୍ରାମ ର ଲାଲୁ ମାଝୀ ଓ ତାଙ୍କ ସ୍ତ୍ରୀ ନିମୂର୍ତ୍ତି ମାଝୀ ସକାଳ ୧୦ ଟା ସମୟରେ ଏକ ବାଇକ୍ ଯୋଗେ ମଦନପୁର ରାମପୁର ଷ୍ଟେଟ ବ୍ୟାଙ୍କ କୁ ଟଙ୍କା ଉଠାଣ ପାଇଁ ଯାଉଥିବା ବେଳେ ଦ୍ରୁତଗତି ରେ ପଛରୁ ଆସୁଥିବା ଏକ ହୁଣ୍ଡାଇ (କ୍ରାଟା )ଗାଡ଼ି ନମ୍ୱର୍ ଓଡ଼ି ୦୮ ଆର୍ ୭୭୭୧ କାର ଟି ଟୁର୍ଚ୍ଚୀ ଗ୍ରାମ ସ୍କୁଲ ନିକଟରେ ତାଙ୍କୁ ଶକ୍ତ ଧକ୍କା ଦେଇଥିଲା ଯା ଫଳରେ ସ୍ଵାମୀ/ସ୍ତ୍ରୀ ଦ୍ବୟ ବାଇକ ରୁ ଛିଟିକି ପଡ଼ିବା ସହ ଗୁରୁତର ଆହତ ହୋଇଥିଲେ। ଏହା ଦେଖି ରାସ୍ତା ରେ ଯାଉଥିବା ଲୋକେ ତାଙ୍କୁ ଉଦ୍ଧାର କରିବା ସହ ଆମ୍ବୁଲାନ୍ସ ଯୋଗେ ମଦନପୁର ରାମପୁର ଗୋଷ୍ଠି ସ୍ଵାସ୍ଥ୍ୟକେନ୍ଦ୍ର କୁ ପଠାଇଦେଇଥିଲେ। କିନ୍ତୁ କାର ଚାଲକ ଦୁର୍ଘଟଣା ଘଟେଇ ଫେରାର ମାରିଥିବା ଦେଖିବାକୁ ମିଳିଥିଲା। ଯାହାକୁ ନେଇ ଉପସ୍ଥିତ କିଛି ଲୋକେ କାରଟିକୁ ପିଛା କରି କେନ୍ଦୁବନ୍ଧ ସ୍କୁଲ୍ ନିକଟବର୍ତ୍ତି ଅଞ୍ଚଳ ରେ କାବୁ କରିବାରେ ସକ୍ଷମ ହୋଇଥିଲେ। ଓ ପରେ ପୁଲିସ କୁ ଖବର ଦେଇଥିଲେ। ଯାହାକୁ ନେଇ ମ.ରାମପୁର ପୋଲିସ ଉକ୍ତ କାରଟିକୁ ଜବତ କରିବା ସହ ଚାଳକୁ ଅଟକ ରଖି ପଚରାଉଚରା କରୁଥିବା ଜଣାପଡିଛି।

Leave A Reply

Your email address will not be published.