ଦାରିଦ୍ର୍ୟ ହାର ହ୍ରାସରେ ଓଡ଼ିଶା ଅଗ୍ରଣୀ

65

ଭୁବନେଶ୍ୱର : ରାଜ୍ୟରେ କମିଛି ଦାରିଦ୍ର୍ୟ । ଦେଶରେ ଦାରିଦ୍ର୍ୟ ହାର ହ୍ରାସରେ ସବୁଠୁ ଆଗରେ ରହିଛି ଓଡ଼ିଶା । କେବଳ ସେତିକି ନୁହେଁ, ପୁଞ୍ଜିନିବେଶ କାର୍ଯ୍ୟାନ୍ୱୟନ ହାରରେ ମଧ୍ୟ ଓଡ଼ିଶା ପ୍ରଥମ ସ୍ଥାନରେ ରହିଛି । ଆସୋଚାମ ରିପୋର୍ଟରେ ଏହି ତଥ୍ୟ ଆସିଛି । ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଯାହା ହାସଲ କରାଯାଇ ପାରିଛି, ତାହା ସାରା ଭାରତରେ ଉଦାହରଣ ସୃଷ୍ଟି କରିଛି ବୋଲି କହିଛି ବିଜେଡି । ଅନ୍ୟପକ୍ଷରେ ଏହାକୁ ନେଇ ବିରୋଧୀ କଂଗ୍ରେସ ଏବଂ ବିଜେପି ପ୍ରଶ୍ନ ଉଠାଇଛନ୍ତି । ଗତ ଦଶନ୍ଧି ମଧ୍ୟରେ ରାଜ୍ୟର ଦାରିଦ୍ର୍ୟ ୨୪ ପ୍ରତିଶତ କମିଛି । ଫଳରେ ରାଜ୍ୟର ୮ ନିୟୁତରୁ ଅଧିକ ଲୋକ ଦାରିଦ୍ର୍ୟ ଶୃଙ୍ଖଳରୁ ମୁକ୍ତ ହୋଇପାରିଛନ୍ତି । ଯାହାକି ସମଗ୍ର ଦେଶରେ ସର୍ବାଧିକ । ଏଥିସହିତ ପ୍ରକଳ୍ପ କାର୍ଯ୍ୟକାରିତା ହାରରେ ମଧ୍ୟ ଓଡ଼ିଶା ପ୍ରଥମ ସ୍ଥାନ ପାଇଥିବା ଆସୋଚାମ ରିପୋର୍ଟରେ କୁହାଯାଇଛି ।

Comments are closed.