ଜିଏସ୍ଟି ପରିସରଭୁକ୍ତ ହେବନି ପେଟ୍ରୋଲ-ଡିଜେଲ

62

-ଲୁହା, କପର ଓ ମାଙ୍ଗାନିଜ୍ ଉପରେ ବଢିଲା କର

ନୂଆଦିଲ୍ଲୀ : ଜିଏସ୍ଟି ପରିସରଭୁକ୍ତ ହେବନାହିଁ ପେଟ୍ରୋଲ ଏବଂ ଡିଜେଲ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ୪୫ତମ ଦ୍ରବ୍ୟ ଏବଂ ସେବାକର (ଜିଏସ୍ଟି) ପରିଷଦ ବୈଠକରେ ଏ ନେଇ ନିଷ୍ପତ୍ତି ନିଆଯାଇଛି । ଜିଏସ୍ଟି ପରିସରଭୁକ୍ତ ହେଲେ ଦର କମିବ ବୋଲି ଆଶା କରାଯାଉଥିଲା । ଏପରି ହେଲେ ପେଟ୍ରୋଲ ଦର ୭୫ ଟଙ୍କାକୁ ହ୍ରାସ ପାଇପାରେ ବୋଲି ଅନୁମାନ କରାଯାଉଥିଲା । କିନ୍ତୁ ଜିଏସ୍ଟି ପରିଷଦ ବୈଠକରେ ପେଟ୍ରୋଲ ଏବଂ ଡିଜେଲରେ ଜିଏସ୍ଟି ଲାଗୁ ହେବା ନେଇ କୌଣସି ଆଲୋଚନା ହୋଇନଥିବା ସୂଚନା ମିଳିଛି । ଜିଏସ୍ଟି କାଉନ୍ସିଲ ବୈଠକରେ ପେଟ୍ରୋଲ ଏବଂ ଡିଜେଲ ଦରକୁ ନେଇ ଗୁରୁତ୍ୱୂର୍ଣ୍ଣ ନିଷ୍ପତ୍ତି ନିଆଯାଇପାରେ ବୋଲି ଶୁଣାଯାଉଥିଲା । କିନ୍ତୁ ବୈଠକରେ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏ ନେଇ ସ୍ପଷ୍ଟ ସୂଚନା ଦିଆଯାଇଛି ଯେ, ବର୍ତ୍ତମାନ ପେଟ୍ରୋଲ ଏବଂ ଡିଜେଲ ଉପରେ ଜିଏସ୍ଟି ଲାଗୁହେବ ନାହିଁ ।

ତୈଳଦର ଉପରେ ଜିଏସ୍ଟି ଲାଗୁ ହୋଇଥିଲେ ବି ଦର ହ୍ରାସ ପାଇବାର ଯଥେଷ୍ଟ ସମ୍ଭାବନା ଥିଲା । ବିଭିନ୍ନ ରାଜ୍ୟ ମଧ୍ୟ ପେଟ୍ରୋଲ ଏବଂ ଡିଜେଲକୁ ଜିଏସ୍ଟି ପରିସରଭୁକ୍ତ କରିବାକୁ ବିରୋଧ କରୁଛନ୍ତି । କେରଳ ଏବଂ ମହାରାଷ୍ଟ୍ର ତୈଳଦରରେ ଜିଏସ୍ଟି ଲାଗୁ କରିବାକୁ ନେଇ ବିରୋଧ କରିଆସୁଛନ୍ତି । ଜିଏସ୍ଟି ପରିଷଦ ବୈଠକରେ ଅନ୍ୟ ଦ୍ରବ୍ୟଗୁଡିକ ଉପରେ ଲାଗୁ ହେଉଥିବା କର ଉପରେ ମଧ୍ୟ ପରିବର୍ତ୍ତନ କରାଯାଇଛି । ବାୟୋ ଡିଜେଲ ଦର ହ୍ରାସ ପାଇଛି । ପୂର୍ବରୁ ବାୟୋ ଡିଜେଲ ଉପରେ ୧୮ ପ୍ରତିଶତ ଜିଏସ୍ଟି ଲାଗୁ ହେଉଥିବା ବେଳେ ଏଣିକି ୫ ପ୍ରତିଶତ ଲାଗୁ ହେବ । ଲୁହା, କପର ଏବଂ ମାଙ୍ଗାନିଜ୍ ଉପରେ ଜିଏସ୍ଟି ବୃଦ୍ଧିାଇଛି । ଏହିସବୁ ଦ୍ରବ୍ୟ ଉପରେ ଜିଏସ୍ଟି ୫ ପ୍ରତିଶତରୁ ୧୮ ପ୍ରତିଶତକୁ ବୃଦ୍ଧି କରାଯାଇଛି । ଏଥିସହିତ କୋଭିଡ୍ ମେଡିସିନ ଉପରେ ଜିଏସ୍ଟି ରିହାତି ଅବଧି ବୃଦ୍ଧି କରାଯାଇଛି । ଡିସେମ୍ବର ୩୧ ଯାଏ ଏହି ଅବଧି ବଢ଼ାଇବାକୁ ନିଷ୍ପତ୍ତି ନେଇଛନ୍ତି ସରକାର । ଯଦ୍ୱାରା କୋଭିଡ୍ରେ ଆବଶ୍ୟକ ହେଉଥିବା ମେଡିସିନ୍ କମ୍ ମୂଲ୍ୟରେ ମିଳିବ । ଏଥିସହିତ ଜୀବନ ରକ୍ଷାକାରୀ ମେଡିସିନ୍ ଉପରେ ମଧ୍ୟ ଜିଏସ୍ଟି ହ୍ରାସ କରାଯାଇଛି । କ୍ୟାନ୍ସର ମେଡିସିନ୍ ଉପରେ ଜିଏସ୍ଟି ୧୨ ପ୍ରତିଶତରୁ କମାଯାଇ ୫ ପ୍ରତିଶତ କରାଯାଇଛି । ବିଦେଶରୁ ଆମଦାନୀ ହେଉଥିବା ଜେଲୋଜେନ୍ସମା ଏବଂ ଭିଲଟେଟସା ଭଳି ମହଙ୍ଗା ଔଷଧକୁ ଜିଏସ୍ଟି ମୁକ୍ତ କରାଯାଇଛି ।

Comments are closed.