କେନାଲରେ ଭାସୁଛି ନବଜାତ ଶିଶୁର ମୃତଦେହ

0 69

ଖୋର୍ଦ୍ଧା : ନିଜର ପାପ ଲୁଚାଇବାକୁ ଯାଇ ଜଣେ ନବଜାତ ଶିଶୁକୁ କେହି ମାରିକି କିମ୍ବା ମାରିବା ପାଇଁ କେନାଲ ପାଣିରେ ଫୋପାଡ଼ି ଦେଇଥିବା ସ୍ଥାନୀୟ ଅଞ୍ଚଳରେ ଆଲୋଚନା ହେଉଛି । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଞ୍ଚଳ ପାରିନୂଆଗାଁ କେନାଲରେ ।

ସୂଚନା ମୁତାବକ, ଆଜି ସକାଳୁ ଗ୍ରାମବାସୀମାନେ କେନାଲକୁ ଶୌଚ ହେବା ନିମନ୍ତେ ଯାଇଥିବା ବେଳେ ଏକ ନବଜାତ ଶିଶୁ ପାଣିରେ ଭାସୁଥିବାର ଦେଖିବାକୁ ପାଇଥିଲେ । ହେଲେ ଶିଶୁଟି ମୃତ ବୋଲି ଜଣାପଡିଛି । ତେବେ କିଏ ଏବଂ କଣ ପାଇଁ ଶିଶୁକୁ କେନାଲରେ ଭସେଇଲା ତାହା ଏଯାଏଁ ଜଣାପଡ଼ିନାହିଁ ।

Leave A Reply

Your email address will not be published.