୨୧ବର୍ଷ ପରେ ବି କମିନି ନବୀନଙ୍କ କ୍ରେଜ୍ : କଥା କମ୍ କାମ ବେଶୀ ସଫଳତାର ମୂଳମନ୍ତ୍ର

64

ଭୁବନେଶ୍ୱର : ଦେଶରେ ଏବେ ନୂଆ ରାଜନୈତିକ ଟ୍ରେଣ୍ଡ । ଗୋଟିଏ ପରେ ଗୋଟିଏ ରାଜ୍ୟରେ ମୁଖ୍ୟମନ୍ତ୍ରୀ ବଦଳୁଛନ୍ତି । କେତେକେଳେ କଂଗ୍ରେସ ତ କେତେବେଳେ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ବଦଳୁଛନ୍ତି । ମୁଖ୍ୟମନ୍ତ୍ରୀ ଚେହେରା ବଦଳିବା ପଛରେ ଲୋକପ୍ରିୟତା ହ୍ରାସ ମୁଖ୍ୟ କାରଣ ବୋଲି କୁହାଯାଉଛି । ଏହି ପରିବର୍ତ୍ତନଶୀଳ ରାଜନୀତି ଭିତରେ ନବୀନଙ୍କ ସ୍ୱାୟିତ୍ୱ ଓ ଲୋକପ୍ରିୟତା ନେଇ ଆରମ୍ଭ ହୋଇଛି ଚର୍ଚ୍ଚା । କିଛିଦିନ ଆଗରୁ କର୍ଣ୍ଣାଟକ, ଗୁଜରାଟ ମୁଖ୍ୟମନ୍ତ୍ରୀ ଚେହେରା ବଦଳିଥିବା ବେଳେ ଆଜି ପଞ୍ଜାବ ମୁଖ୍ୟମନ୍ତ୍ରୀ ବଦଳିଛନ୍ତି । ଲୋକପ୍ରିୟତା ହ୍ରାସ ପାଇଁ ଦଳଗୁଡ଼ିକ ମୁଖ୍ୟମନ୍ତ୍ରୀ ଚେହେରା ବଦଳାଉଛନ୍ତି ବୋଲି କୁହାଯାଉଛି । କ୍ୟାପ୍ଟେନ୍ ଅମରିନ୍ଦର ସିଂହ, ବିଜୟ ରୂ ।ଣୀ ଓ ବି.ଏସ୍. ୟେଦ୍ୟୁରପ୍ପା ଭଳି ବରିଷ୍ଠ ନେତାଙ୍କୁ ବିଦା ହେବାକୁ ପଡ଼ିଛି । କିଏ ଦୁଇଥର ମୁଖ୍ୟମନ୍ତ୍ରୀ ପଦ ସମ୍ଭାଳିଛନ୍ତି ତ ଆଉ କିଏ ଚାରିମାସରେ ବିଦା ହୋଇଛନ୍ତି । କିନ୍ତୁ ଏଭଳି ସ୍ଥିତିରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପାଞ୍ଚ ପାଞ୍ଚଥର ମୁଖ୍ୟମନ୍ତ୍ରୀ ହେଲେଣି । ତଥାପି ତାଙ୍କର ଲୋକପ୍ରିୟତା କମିନାହିଁ ।

ଲୋକପ୍ରିୟତା ଓ ସରକାରର ସ୍ଥିରତା ନେଇ ଏବେ ସାରା ଦେଶରେ ତାଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି । ନବୀନଙ୍କ ଲୋକପ୍ରିୟତା ପଛରେ କ’ଣ ରହିଛି କାରଣ ତା’କୁ ନେଇ ଏବେ ସମସ୍ତେ ତର୍ଜମା ଆରମ୍ଭ କରୁଛନ୍ତି । ନିକଟରେ ନବୀନଙ୍କୁ ଭୂୟସୀ ପ୍ରଶଂସା କରିଥିଲେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର । ସେ କହିଥିଲେ ସାଧାରଣତଃ ନେତାମାନେ କ୍ଷମତା ଓ ସମୟ ସହ ବଦଳିଥାନ୍ତି । କିନ୍ତୁ ଗତ ୨୪ବର୍ଷ ଧରି ନବୀନ ବାବୁଙ୍କଠାରେ ସମାନ ଆବଭାବ ରହିଛି । ସେ ଓଡ଼ିଶାବାସୀଙ୍କୁ ସବୁବେଳେ ତାଙ୍କ ପରିବାର ବୋଲି କହିଆସୁଛନ୍ତି । ସେ ନିର୍ବାଚନ ପରେ ନିର୍ବାଚନ ଜିତୁଛନ୍ତି । କଥା କମ୍ କାମ ବେଶୀ ହେଉଛି ତାଙ୍କ ସଫଳତାର ମୂଳମନ୍ତ୍ର । ୨୦୧୯ ନିର୍ବାଚନ ପୂର୍ବରୁ ସେ ଓଡ଼ିଶାବାସୀଙ୍କୁ ଗୋଟିଏ କଥା ପଚାରିଥିଲେ ‘ଆପଣମାନେ ଖୁସି ତ’। ଆଉ ଏହି ଗୋଟିଏ କଥାରେ ବିପୁଳ ଭୋଟରେ ବିଜୟୀ ହୋଇ ପଞ୍ଚମଥର ପାଇଁ ମୁଖ୍ୟମନ୍ତ୍ରୀ ଚୌକି ହାସଲ କରିଥିଲେ । ଇଂରାଜୀ ପତ୍ରିକା ‘ଇଣ୍ଡିଆ ଟୁଡେ’ରେ ଶ୍ରେଷ୍ଠ ମୁଖ୍ୟମନ୍ତ୍ରୀ ଭାବେ ନବୀନ ବାବୁ ରହିଆସିଛନ୍ତି । ସାଧାରଣତଃ କ୍ଷମତା ମିଳିଗଲେ ନେତାଏ ଲୋକଙ୍କଠାରୁ ଦୂରେଇ ଯାଆନ୍ତି । କିନ୍ତୁ ନବୀନ ବାବୁ ଏଥିରେ ବ୍ୟତିକ୍ରମ । ଦେଶରେ ରାଜନୀତିକ ପାଣିାଗ ଯେତେ ବଦଳିଲେ ମଧ୍ୟ ତାଙ୍କର ଲୋକପ୍ରିୟତା ସର୍ବଦା ଅତୁଟ ରହିଛି । ଯାହାକୁ ନେଇ ସାରା ଦେଶରେ ଏବେ ଚର୍ଚ୍ଚା ଲାଗିରହିଛି ।

୨୨ରେ ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ : ଭେଟି ଦେବେ ୩୦୦ କୋଟିର ପ୍ରକଳ୍ପ

ମାଲକାନଗିରି ଓ ସୁନ୍ଦରଗଡ଼ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତା ୨୨ତାରିଖରେ ବଲାଙ୍ଗିର ଗସ୍ତରେ ଯିବାର କାର୍ଯ୍ୟକ୍ରମ ରହିଛି । ମୁଖ୍ୟମନ୍ତ୍ରୀ ଜିଲ୍ଲାରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ କାର୍ଡ ବଣ୍ଟନର ଶୁଭାରମ୍ଭ କରିବା ସହ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍ଘାଟନ କରିବେ ବୋଲି ଜଣାପଡ଼ିଛି । ମୁଖ୍ୟମନ୍ତ୍ରୀଙ୍କ ଏହି ଗସ୍ତ କାର୍ଯ୍ୟକ୍ରମ ସରକାରୀ ହୋଇଥିବା ବେଳେ ବିଜେଡି ୧୫ରୁ ଅଧିକ ମନ୍ତ୍ରୀ ଓ ୩୦ରୁ ଊଦ୍ଧ୍ୱର୍ ରାଜ୍ୟସ୍ତରୀୟ ନେତାଙ୍କୁ ଜିଲ୍ଲାରେ ମୁତୟନ କରି ଏହି କାର୍ଡ ବଣ୍ଟିବ ବୋଲି ସୂଚନା ମିଳିଛ । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ,ମୁଖ୍ୟମନ୍ତ୍ରୀ ଆସନ୍ତା ୨୨ତାରିଖରେ ବଲାଙ୍ଗିର ଗସ୍ତରେ ଯାଇ ୩ଟି ସ୍ଥାନରେ କାର୍ଯ୍ୟକ୍ରମରେ ଯୋଗ ଦେବେ । ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଟିଟିଲାଗଡ଼, ପାଟଣାଗଡ଼ ଓ ବଲାଙ୍ଗିରରେ ମଧ୍ୟ ସରକାରୀ କାର୍ଯ୍ୟକ୍ରମରେ ଯୋଗଦେଇ ଭୁବନେଶ୍ୱର ଫେରିବେ ବୋଲି ଜଣାପଡ଼ିଛି । ଟିଟିଲାଗଡ଼ରେ ବିଜୁ କଲ୍ୟାଣ ଯୋଜନାରେ ସ୍ମାର୍ଟ କାର୍ଡ ବଣ୍ଟନ କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀ ଶୁଭାରମ୍ଭ କରିବେ । ମୁଖ୍ୟମନ୍ତ୍ରୀଙ୍କ ଏହି ଗସ୍ତବେଳେ ପ୍ରାୟ ୩୦୦କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍ଘାଟନ ହେବାର କାର୍ଯ୍ୟକ୍ରମ ରହିଛି ।

ସୁନ୍ଦରଗଡ଼ ଭଳି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମକୁ ବିଭିନ୍ନ ବ୍ଲକ ମୁଖ୍ୟାଳୟରେ ସିଧାସଳଖ ପ୍ରସାରଣ ହେବ ଓ ମନ୍ତ୍ରୀମାନେ ସେଠାରେ ସାଧାରଣ ଲୋକମାନଙ୍କ ସହ ଉପସ୍ଥିତ ରହିବେ ବୋଲି ଜଣାପଡ଼ିଛି । ମୁଖ୍ୟମନ୍ତ୍ରୀଙ୍କ ଏହି ଗସ୍ତ କାର୍ଯ୍ୟକ୍ରମକୁ ଦୃଷ୍ଟିରେ ରଖି ଉଭୟ ଜିଲ୍ଲା ପ୍ରଶାସନ ଓ ବିଜେଡି ପକ୍ଷରୁ ମଧ୍ୟ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ତଥା ମନ୍ତ୍ରୀ ସୁଶାନ୍ତ ସିଂଙ୍କ ବାସଭବନରେ ଏନେଇ ପ୍ରସ୍ତୁତି ବୈଠକ ହୋଇଥିବାବେଳେ ଜିଲ୍ଲାର ମୋଟ ୧୪ଟି ବ୍ଲକ ଓ ୫ଟି ପୌରାଞ୍ଚଳରେ ୧୫ରୁ ଅଧିକ ମନ୍ତ୍ରୀଙ୍କୁ ନିୟୋଜିତ କରାଯିବ । ସେମାନଙ୍କୁ ସହଯୋଗ ପାଇଁ ୩୦ରୁ ଅଧିକ ରାଜ୍ୟସ୍ତରୀୟ ନେତାମାନେ ଜିଲ୍ଲାରେ ୩ରୁ ୪ଦିନ ରହି ଏହି ସ୍ମାର୍ଟ କାର୍ଡ ବାଣ୍ଟିବେ ବୋଲି ସୂଚନା ମିଳିଛି ।

Comments are closed.