ନେମାଳ ମାଲିଗାଁ ପତିତପାବନ ଙ୍କ ସ୍ଵ ନକ୍ଷତ୍ର ଉତ୍ସବ

0 64

ସାଲେପୁର : ସାଲେପୁର ନିଶ୍ଚିନ୍ତକୋଇଲି ବ୍ଲକ ନେମାଳପଦ୍ମବନ ସ୍ଥିତ ମାଲିଗାଁ ଗ୍ରାମର ପତିତପାବନଙ୍କ ଷଷ୍ଠ ବାର୍ଷିକ ସ୍ଵନକ୍ଷତ୍ର ଉତ୍ସବ ପବିତ୍ର ସୁନିଆଁ ଦିନ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ନୀତି କାନ୍ତି, ପହିଲି ଭୋଗ, ମଙ୍ଗଳ ଆଳତି ଓ ପୂଜାର୍ଚନା ଆଦି ସମାପନ କରାଯାଇଥିଲା । ରାସ ମଣ୍ଡଳୀ ଦ୍ୱାରା ଭଜନ, ସଂକୀର୍ତନ ଓ ରାସ ଅନୁଷ୍ଠିତ ହୋଇଥିଲା । କର୍ତ୍ତା ଓ କାର୍ତ୍ରୀ ଭାବେ ରତ୍ନାକର ବାରିକ ଓ ତେଜସ୍ୱିନୀ ବାରିକ ଉପାସନା ରେ ଭାଗ ନେଇଥିଲେ. କାର୍ଯ୍ୟକ୍ରମ ରେ ହୃଷିକେଶ ପୂଜାରୀ ସହାୟତା କରିଥିଲେ । ଏଥିରେ ବହୁ ଶ୍ରଦ୍ଧାଳୁ ଓ ଭକ୍ତ ବୃନ୍ଦ ଯୋଗ ଦେଇଥିଲେ । ଶେଷରେ ପ୍ରସାଦ ସେବନ ଅନୁଷ୍ଠିତ ହୋଇଥିଲା ।

Leave A Reply

Your email address will not be published.