ବଙ୍ଗୋପସାଗରରେ ସିରିଜ୍ ଘୂର୍ଣ୍ଣିବଳୟ: ପ୍ରବଳ ବର୍ଷା!

72

ଭୁବନେଶ୍ୱର : ବଙ୍ଗୋପସାଗରକୁ ଆସୁଛି ସିରିଜ୍ ଘୂର୍ଣ୍ଣବଳୟ । ଯାହା ଫଳରେ ଆସନ୍ତା ୧୦ ଦିନ ଓଡ଼ିଶାରେ ପ୍ରବଳ ବର୍ଷା ହେବାର ସମ୍ଭବନା ରହିଛି । “ସେଣ୍ଟର ଫର୍ ଇନ୍ଭର୍ଣ୍ଣମେଣ୍ଟ ଆଣ୍ଡ କ୍ଲାଇମେଟ’ ପକ୍ଷରୁ ଏହି ଆକଳନ କରାଯାଇଛି । ଦକ୍ଷିଣ ଚୀନ ସାଗରରୁ ଏହି ଘୂର୍ଣ୍ଣିବଳୟ ଆସୁଛି । ଯାହାର ପ୍ରଭାବରେ ଆସନ୍ତା ୨୫ ଏବଂ ୨୮ ତାରିଖରେ ଦୁଇଟି ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ଆଶଙ୍କ ରହିଛି । ଏହାର ପ୍ରଭାବରେ ଊପକୂଳବର୍ତ୍ତି ଓଡ଼ିଶାର ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଦଷିଣ ଚୀନ ସାଗରରୁ ସୃଷ୍ଟ ଘୂର୍ଣ୍ଣିବଳୟ ପଶ୍ଚିମାଞ୍ଚଳ ମିଆଁମାର ଏବଂ ଥାଇଲାଣ୍ଡ ଦେଇ ବଙ୍ଗୋପସାଗରେ ପହଞ୍ଚିବ ।

ଏହି ଘୂର୍ଣ୍ଣିବଳୟ ମଧ୍ୟରୁ ଗୋଟିଏ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ସୃଷ୍ଟି ହୋଇଥିବା ବେଳେ ଆସନ୍ତା ୨୩ତାରିଖ ପର୍ଯ୍ୟନ୍ତ ଭଦ୍ରକ, ଜଗତସିଂହପୁର, ଖୋର୍ଦ୍ଧା, କଟକ, କେନ୍ଦୁଝର, ମୟୁରଭଞ୍ଜ, ଯାଜପୁର, ସୁନ୍ଦରଗଡ଼, ସୋନପୁର. ବୌଦ୍ଧ, ସମ୍ବଲପୁର, ଢେଙ୍କାନାଳ, ଅନୁଗୁଳ ଜିଲ୍ଲାରେ ପ୍ରବଳବର୍ଷା ହେବାର ସମ୍ଭାବନା ରହିଛି । ୨୪ ତାରିଖରେ ଆସୁଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ବଙ୍ଗୋପସାଗରରେ ୨୫ ତାରିଖରେ ଲଘୁଚାପ ହେବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ଉପକୂଳବର୍ତ୍ତି ଜିଲ୍ଲାଗୁଡିକରେ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି । ସେହିପରି ୨୬ ତାରିଖରେ ସୃଷ୍ଟି ହେବାକୁ ଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ଆସନ୍ତା ୨୮ତାରିଖରେ ଉତ୍ତର-ପୂର୍ବ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହା ପ୍ରଭାବରେ ବନ୍ୟା ହେବାର ଆଶଙ୍କା ରହିଛି ବୋଲି ବିଭାଗ ପକ୍ଷରୁ କୁହାଯାଇଛି ।

Comments are closed.