ମତ୍ସ ଓ ପଶୁ ସମ୍ପଦ ବିଭାଗ ସଚିବ ତଥା ନୋଡାଲ ଅଫିସରଙ୍କ ମାଲକାନଗିରି ଗସ୍ତ

0 70

ମାଲକାନଗିରି : ରାଜ୍ୟ ମତ୍ସ ଓ ପଶୁ ସମ୍ପଦ ବିଭାଗ ସଚିବ ତଥା ମାଲକାନଗିରି ଜିଲ୍ଲାର ନୋଡାଲ ଅଫିସର ଆର.ରଘୁପ୍ରସାଦ ଦୁଇ ଦିନିଆ ମାଲକାନଗିରି ଜିଲ୍ଲାଗସ୍ତରେ ଆସି ବିଭିନ୍ନ ଉନ୍ନୟନ ମୁଳକ କାର୍ଯ୍ୟ ତଦାରଖ କରିଛନ୍ତି । ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ର ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ବୀଶାଲ ସିଂ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଜିଲ୍ଲାସ୍ତରୀୟ ସମୀକ୍ଷା ବୈଠକରେ ଯୋଗଦେଇ ବିଭାଗୀୟ ଅଧୁକାରୀ ମାନଙ୍କ ସହିତ ବିଭିନ୍ନ ଉନ୍ନୟନ ମୁଳକ କାର୍ଯ୍ୟ ସଂପର୍କରେ ସମୀକ୍ଷା କରିଛନ୍ତି । ଏହା ବ୍ୟତିତ ମତ୍ସ ଓ ପୁଶୁ ସମ୍ପଦ ବିଭାଗର ସ୍ବତନ୍ତ୍ର ସମୀକ୍ଷା ବୈଠକରେ ଯୋଗଦେଇ ଜିଲ୍ଲାରେ କିପରି ମତ୍ସ ଚାଷ କରାଯାଉଛି ଓ ପଶୁ ସମ୍ପଦ ମାନଙ୍କ ସୁରକ୍ଷା ଯତ୍ନ ସଂପର୍କରେ ବିଭାଗୀୟ ଅଧି କାରୀ ମାନଙ୍କ ସହିତ ଆଲୋଚନା କରିଥିଲେ । ମତ୍ସ ଓ ପଶୁ ସମ୍ପଦ ସଚିବ ଶ୍ରୀ ରଘୁପ୍ରସାଦ ଆଦିବାସୀ ଅଧୁଷିତ ମାଓପ୍ରବଣ କାଲିମେଳା ଗ୍ରସ୍ତ କରି ୧୦୦୦ ବିଶିଷ୍ଟ ଅଣ୍ଡାଦିଆ କୁକୁଡା ଫାର୍ମ , ୫୦୦ ବ୍ରୟଲର ଫାର୍ମ ପରିଦର୍ଶନ କରି କୁକୁଡା ଚାଷୀ ମାନଙ୍କ ସହିତ ବିଭିନ୍ନ ସମସ୍ୟା ସଂପର୍କରେ ଆଲୋଚନା କରିଥିଲେ ।

ମାଥିଲି ବ୍ଳକ ଠାରେ ଚାଲିଥିବା ମତ୍ସ ଚାଷ ପରିଦର୍ଶନ କରି ସେଠାକାର ମତ୍ସ ଚାଷୀମାନଙ୍କ ସହିତ ଆଲୋଚନା କରିଥିଲେ । ସଚିବ ଶ୍ରୀ ରଘୁପ୍ରସାଦ ଙ୍କ ସହିତ ଜିଲ୍ଲାପାଳ ବୀଶାଲ ସିଂ , ଅତିରିକ୍ତ ଜିଲ୍ଲାପାଳ ବୀରସେନ ପ୍ରଧାନ , ପିଡି ଡିଆରଡିଏ ବାଳ ମୁକୁନ୍ଦ ଭୂୟାଁ , ଜିଲ୍ଲାକୃଷି ଅଧି କାରୀ ଏମ.ଆନନ୍ଦ ରାଓ , ସିଡିଏମଓ ଡାକ୍ତର ପ୍ରଫୁଲକୁମାର ନନ୍ଦ , ଜିଲ୍ଲା ମୁଖ୍ୟ ପଶୁ ସମ୍ପଦ ଅଧି କାରୀ ଡା.ସାରଙ୍ଗଧର ସତପଥୀ , ଅତିରିକ୍ତ ପଶୁ ସମ୍ପଦି ଅଧି କାରୀ ଡା . ଅଶୋକ କୁମାର ତ୍ରୀପାଠୀ , ଡା.ଜି.ଏସ.ପି ସତପଥୀ , ଜିଲ୍ଲା ପଶୁ ସମ୍ପଦ ନୋଡାଲ ଅଧି କାରୀ ଡା.ବିକାଶ ଚନ୍ଦ୍ର ସରଦାର , କାଲିମେଳା ପ୍ରାଣୀ ଚିକିତ୍ସକ ଡା.ଯଶବନ୍ତ ପାତ୍ର , ଡା.ଅମିୟ ଲାଲ ପ୍ରମୁଖ ଜିଲ୍ଲାସ୍ତରୀୟ ଅଧି କାରୀ ମାନଙ୍କ ସହିତ ମତ୍ସ , ପଶୁ ସମ୍ପଦ , ବିଜୁଳି , ମୃତିକା ସଂରକ୍ଷଣ ଆଦିବିଭାଗର ଅଧିକାରୀ ମାନେ ସମୀକ୍ଷା ବୈଠକରେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.