ଟିଟିଲାଗଡରେ ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ କାର୍ଡ ବଣ୍ଟନ ସହ ବିଭିନ୍ନ ପ୍ରକଳ୍ପର ଉଦଘାଟନ ଏବଂ ଭିତ୍ତି ପ୍ରସ୍ତର ସ୍ଥାପନ କଲେ ମୂଖ୍ୟମନ୍ତ୍ରୀ ନବିନ ପଟ୍ଟନାୟକ

49

ଟିଟିଲାଗଡ଼ : ଏକ ଦିନିଆ ବଲାଙ୍ଗିର ଗସ୍ତରେ ଆସିଥିବା ମୂଖ୍ୟମନ୍ତ୍ରୀ ପ୍ରଥମେ ଟିଟିଲାଗଡ଼ ସିଟି ସ୍କୁଲ ଖେଳ ପଡିଆକୁ ହେଲିକପ୍ଟର ଯୋଗେ ଅବତରଣ କରିଥିଲେ। ବଜାର ତାଳେ ତାଳେ ଏବଂ ମହିଳାଙ୍କ ହୁଳହୁଳିରେ ତାଙ୍କୁ ସ୍ଵାଗତ କରି ଟିଟିଲାଗଡ଼ର ବିଧାୟିକା ତଥା ମନ୍ତ୍ରୀ ଶ୍ରୀମତି ଟୁକୁନି ସାହୁ ,ଉପସ୍ଥିତ ନେତା ଏବଂ ମନ୍ତ୍ରୀ ମାନେ ସଭାସ୍ଥଳକୁ ପାଛୋଟି ଆଣିଥିଲେ। ମୁଖ୍ୟମନ୍ତ୍ରୀଙ୍କ ଗସ୍ତରେ ବିଭିନ୍ନ ପ୍ରକଳ୍ପର ଉଦଘାଟନ ସହ ଭିତ୍ତି ପ୍ରସ୍ତର ସ୍ଥାପନ କରିବା ସହ ମହିଳା ମାନଙ୍କୁ ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ ଯୋଜନା କାର୍ଡ ବଣ୍ଟନ କରିଛନ୍ତି। ମୁଖ୍ୟମନ୍ତ୍ରୀ ସଦାବେଳେ ଟିଟିଲାଗଡ଼ ନିର୍ବାଚନ ମଣ୍ଡଳୀର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ କରାଉଛନ୍ତି, ସେଥିପାଇଁ ତାଙ୍କୁ ଧନ୍ୟବାଦ ଜ୍ଞାପନ କରୁଛି ବୋଲି ମହିଳା ଶିଶୁ ବିକାଶ ଏବଂ ମିଶନ ଶକ୍ତି ମନ୍ତ୍ରୀ ଶ୍ରୀମତି ଟୁକୁନି ସାହୁ କହିଥିଲେ। ସ୍ଵାସ୍ଥ୍ୟ ମନ୍ତ୍ରୀ ଏହି ସ୍ଵାସ୍ଥ୍ୟ କାର୍ଡ ପାଇ ବହୁତ ଲୋକଙ୍କୁ ସେବାର ସୁବିଧା ଯୋଗାଇବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଏହି ପଦକ୍ଷେପକୁ ଭୂୟସୀ ପ୍ରଶଂସା କରିବା ସହ ମୁଖ୍ୟମନ୍ତ୍ରୀ ସଦାବେଳେ ଲୋକଙ୍କ ଭବିଷ୍ୟତ ଚିନ୍ତା କରି ଲୋକଙ୍କୁ ସୁବିଧା ଯୋଗାଇ ଲୋକଙ୍କ ଆସ୍ଥାର ଭାଜନ ହୋଇପାରିଛନ୍ତି ବୋଲି କହିଥିଲେ। ସଭା ପରିଚାଳନା କରିଥିଲେ କୁନା ତ୍ରୀପାଠୀ।

ଏହି ଅବସରରେ ଦଳୀୟ ନେତା, କର୍ମୀ ସହ କୋଭିଡ୍ କଟକଣାକୁ ଆଖି ଆଗରେ ରଖି ବହୁତ ସୁନ୍ଦର ବ୍ୟବସ୍ଥା ଆୟୋଜନ କରାଯାଇଥିଲା। ବିଜେଡ଼ି ଦଳର ସାଙ୍ଗଠନିକ ସଚିବ ବବି ଦାସ ଉପସ୍ଥିତ ରହି ଶୃଙ୍ଖଳାର ସହିତ ଏହି କାର୍ଯ୍ୟକ୍ରମର ତଦାରଖ କରିଥିଲେ। ଟିଟିଲାଗଡରେ ସଭା ଶେଷ ହେବା ପରେ ପାଟଣାଗଡ ଅଭିମୁଖେ ହେଲିକେପ୍ଟରରେ ଯାଇଥିଲେ, ପାଟଣାଗଡ ରୁ ବଲାଙ୍ଗିରକୁ ଯାଇ ସେଠାରେ କିଛି ପ୍ରକଳ୍ପର ଉଦଘାଟନ କରି ପୁଣୀ ଭୁବନେଶ୍ୱର ପ୍ରତ୍ୟାବର୍ତ୍ତନ କରିବାର ନିର୍ଧାରଣ ହୋଇଛି।

Comments are closed.