ଶ୍ରୀଜୀଉଙ୍କୁ ଦର୍ଶନ କଲେ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି

0 64

ପୁରୀ : ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ଏମ.ଜି. ରାମନା ଆଜି ସକାଳେ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କୁ ଦର୍ଶନ କରି ଫେରିଛନ୍ତି । ଗତକାଲି ରାତିରେ ସେ ପୁରୀରେ ପହଂଚିବା ପରେ ମେ ଫେୟାର ହୋଟେଲରେ ଅବସ୍ଥାନ କରିଥିଲେ । ରାତିରେ ମଧ୍ୟ ଶ୍ରୀମନ୍ଦିର ଚର୍ତୁପାଶ୍ୱର୍ ବୁଲି ଦେଖିଥିଲେ । ତାଙ୍କ ସହିତ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡଃ. କ୍ରିଶନ କୁମାର, ୫-ଟି ସଚିବ ଭି.କେ. ପାଣ୍ଡିଆନ, ସାଂସଦ ପିନାକୀ ମିଶ୍ର, ଜିଲ୍ଲାପାଳ ସମର୍ଥ ବର୍ମା ପ୍ରମୁଖ ଉପସ୍ଥିତ ଥିଲେ । ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କୁ ଦର୍ଶନ କରିବା ପରେ ସେ କଟକ ଅଭିମୁଖେ ଗସ୍ତ କରିଛନ୍ତି ।

Leave A Reply

Your email address will not be published.