ବୃକ୍ଷ ରୋପଣ କାର୍ଯ୍ୟକ୍ରମ ନାମକୁ ମାତ୍ର

0 59

କଳାହାଣ୍ଡି ୧/୧୦(ଡିକେ ନ୍ୟୁଜ) : ପରିବେଶ ସୁରକ୍ଷା ପାଇଁ ବୃକ୍ଷରୋପଣ ନିତ୍ୟାନ୍ତ ଅପରିହାର୍ଯ୍ୟ । ଏଭଳି ଆହ୍ବାନ ସରକାର ଠାରୁ ବେସରକାରୀ ଅନୁଷ୍ଠାନ ଦେବା ସହ ବ୍ୟାପକ ଅର୍ଥ ଖର୍ଚ୍ଚ କରିଥାନ୍ତି । ବୃକ୍ଷରୋପଣର ଆବଶ୍ୟକତାକୁ ପୂରଣ କରିବାକୁ ସରକାର ବାର୍ଷିକ ବହୁ କୋଟି ଟଙ୍କା ମନରେଗା ଯୋଜନା ମାଧ୍ୟମରେ ମଧ୍ୟ ଯୋଗାଇଦେଉଛନ୍ତି । ପରିବେଶ ସୁରକ୍ଷା ଦୃଷ୍ଟିରେ ସରକାର ବୃକ୍ଷରୋପଣ ପାଇଁ ସଚେତନତା କରିବା ସହ ନାନାଦି ପ୍ରକାରର ପୁରସ୍କାର ମଧ୍ୟ ଘୋଷଣା କରୁଛନ୍ତି । ଗୋଟିଏ ବୃକ୍ଷ ଗୋଟିଏ ଜୀବନ ସହିତ ତୁଳନା କରାଯାଉଥିବା ବେଳେ କେତେକଙ୍କ ପାଇଁ ଏହା ସଉକରେ ପରିଣତ ହୋଇଯାଇଛି । ବିଶେଷ କରି କିଛି ରାଜନୈତିକ ଦଳ ର ବ୍ୟକ୍ତି ବିଶେଷ, ସମାଜସେବୀ, ବେସରକାରୀ ସଂଗଠନ ର କର୍ମୀ ଙ୍କ ପାଇଁ ବୃକ୍ଷରୋପଣ ଗୋଟିଏ ସଉକରେ ପରିଣତ ହୋଇଥିବା ଅଭିଯୋଗ ହୋଇଛି । କିଛି ରାଜନୈତିକ ଦଳର ନେତା ଜନସାଧାରଣଙ୍କୁ ନିଜ ରାଜନୈତିକ ଦଳ ପ୍ରତି ଆକର୍ଷିତ କରିବା ପାଇଁ ବୃକ୍ଷରୋପଣ କାର୍ଯ୍ୟ କରି ସୋସିଆଲ ମିଡିଆରେ ଫଟୋ ପୋଷ୍ଟ କରୁଛନ୍ତି । କିନ୍ତୁ ବାସ୍ତବ ସ୍ଥିତି ଦେଖିବାକୁ ଗଲେ ବୃକ୍ଷ ରୋପଣର କେଇଟା ଦିନ ପରେ ସଂପୃକ୍ତ ସ୍ଥାନରେ କିଛି ବୃକ୍ଷ ଦେଖିବାକୁ ମିଳିନଥାଏ । ଏହି ଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲାର ବିଭିନ୍ନ ଜାଗାରେ। ଗଛ ଲଗାଇବାର ମାତ୍ର ଦୁଇ ମାସ ହୋଇନି ସଂପୃକ୍ତ ସ୍ଥାନରେ ଲଗାଯାଇଥିବା ଅଧେ ବୃକ୍ଷ ଦେଖିବାକୁ ମିଳୁନି । ଆଉ ଅଧେ ବୃକ୍ଷ ରୁ ୩୦ ପ୍ରତିଶତ ଛୋଟ ଛୋଟ ବୃକ୍ଷ ଗାଈ, ବଳଦ, ଛେଳି ଆଦି ଗୃହପାଳିତ ପଶୁଙ୍କ ପାଇଁ ଆହାର ହୋଇଛି । କିଛି ବା ୨୦ ପ୍ରତିଶତ ବୃକ୍ଷ ଅଛି ତାହା ମଧ୍ୟ ଅତ୍ୟନ୍ତ ଦୁର୍ବଳ ଶ୍ରେଣୀୟ ବୋଲି ଦେଖିବାକୁ ମିଳିଛି । ବୃକ୍ଷ ଲଗାଇବା ପରେ ବୃକ୍ଷ ଗୁଡିକ ଗୃହପାଳିତ ପଶୁ ପକ୍ଷୀଙ୍କ କବଳରୁ ରକ୍ଷଣ ପାଇଁ ଚତୁପାଶ୍ୱର୍ରେ ବେରିକେଟ ପାଇଁ ଅର୍ଥ ବିନିଯୋଗ କରାଯାଉଥିଲେ ମଧ୍ୟ ଏଠାରେ କୌଣସି ବେରିକେଟ ମଧ୍ୟ କରାଯାଇ ନାହିଁ । ଏଠାରେ ପ୍ରଶ୍ନ ସୃଷ୍ଟି କରୁଛି କି ବୃକ୍ଷରୋପଣ କାର୍ଯ୍ୟରେ ଏହିପରି ଅବହେଳିତ କାହିଁକି କରାଯାଉଛି । ଏଣେ ସଂପୃକ୍ତ ଅଞ୍ଚଳର ଜନସାଧାରଣଙ୍କ ଦାବି ଯେ ବୃକ୍ଷ ନଥିବା ସ୍ଥାନରେ ପୁନର୍ବାର ବୃକ୍ଷରୋପଣ ସହ ବୃକ୍ଷର ଚତୁପାଶ୍ୱର୍ରେ ରେ ବେରିକେଟ ବ୍ୟବସ୍ଥା ଓ ତଦାରଖ କରା ଗଲେ ପରି ବେଶ ସୁରକ୍ଷା ପାଇଁ ଲଗାଯାଉଥିବା ବୃକ୍ଷ କାହାର ଲାଭରେ ଆସି ପାରନ୍ତା । ଆଉ ଫଟୋର ମୂଲ୍ୟ ରହି ପାରନ୍ତା।

Leave A Reply

Your email address will not be published.