ଶୀତ ଋତୁ ପାଇଁ ବିଏମସିର କଡା ଗାଇଡ୍ ଲାଇନ୍ : ବିବାହ , ବ୍ରତରେ ୫୦ ଲୋକଙ୍କୁ ଅନୁମତି

0 68

ଭୁବନେଶ୍ୱର : ଏଣିକି ଭୁବନେଶ୍ୱରରେ ବିବାହ, ବ୍ରତଘର, ଶୁଦ୍ଧିକାର୍ଯ୍ୟ ଆଦି ସାମାଜିକ କାର୍ଯ୍ୟରେ ସର୍ବାଧିକ ୫୦ ଜଣଙ୍କୁ ଅନୁମତି ମିଳିବ । ଗାଇଡଲାଇନ ଉଲ୍ଲଂଘନ ହେଲେ ଆୟୋଜକ ଓ ହଲ୍ ମାଲିକ ଦାୟୀ ହେବେ । ଆଗକୁ ଶୀତ ଋତୁ ଆସୁଥିବାରୁ କୋଭିଡ଼ କଟକଣାକୁ କଡ଼ାକଡି କରିଛି ବିଏମସି । ଉଲ୍ଲେଖ୍ୟଯୋଗ୍ୟଯେ ଗତମାସରେ କାଭିଡ୍ ଗାଇଡ୍ ଲାଇନ୍ କୁ କୋହଳ କରାଯାଇ ସାମାଜିକ ଉତ୍ସବରେ ୨୫୦ ଲୋକଙ୍କୁ ଅନୁମତି ଦିଆଯାଇଥିଲା ।

ବିଏମସିର ନୂଆ ଗାଇଡ୍ ଲାଇନ୍ ଅନୁଯାୟୀ ସମସ୍ତ ସାମାଜିକ କାର୍ଯ୍ୟ ପାଇଁ ପ୍ରଶାସନ ଠାରୁ ଅନୁମତି ନେବାକୁ ପଡିବ । ଶାରୀରିକ ଭାବେ ଅସୁସ୍ଥ ବ୍ୟକ୍ତି କାର୍ଯ୍ୟକ୍ରମରେ ଭାଗ ନେବେ ନାହିଁ । ବୟସ୍କ, ଗର୍ଭବତୀ ମହିଳା , ୧୦ ବର୍ଷରୁ କମ୍ ଶିଶୁ ଙ୍କୁ ମଧ୍ୟ ଉତ୍ସବରେ ସାମିଲ ନହେବାକୁ କୁହାଯାଇଛି । ଉତ୍ସବ ସ୍ଥଳର ପ୍ରବେଶ ପଥରେ ସମସ୍ତଙ୍କର ଥର୍ମାଲ ସ୍କ୍ରିନିଂ ଓ ହାତଧୁଆର ବ୍ୟବସ୍ଥା ଆୟୋଜକ କରିବେ । ଖାଇବା ସମୟ ବ୍ୟତୀତ ସବୁ ସମୟରେ ମାସ୍କ ବ୍ୟବହାର ଓ ୬ ଫୁଟ୍ ର ସାମାଜିକ ଦୂରତା ବାଧ୍ୟତାମୂଳକ ହେବ । ଉତ୍ସବ ହଲ୍ ମଧ୍ୟରେ ଛେପ ପକାଇବା ଏବଂ ପାନ ଗୁଟଖା ସେବନକୁ ବାରଣ କରାଯାଇଛି ।

Leave A Reply

Your email address will not be published.