ଆଦିତ୍ୟ ବିର୍ଲା ରିଫାଇନେରି ପ୍ଲାଣ୍ଟ ପାଇଁ ଆଜି ଶୃଙ୍ଖଳାରେ ସରିଲା ଜନଶୁଣାଣୀ

0 64

ରାୟଗଡ଼ା : ରାୟଗଡ଼ା ଜିଲ୍ଲାକାଶିପୁର ବ୍ଲକ ଅଧିନସ୍ଥ କଂସାରି ଗୁଡା ହିଣ୍ଡାଲକୋ କମ୍ପାନୀ ତରଫରୁ ବାର୍ଷିକ ତିନି ମେଟ୍ରିକ୍ ଟନ୍ କ୍ଷମତା ସମ୍ପନ୍ନ ଆଲୁମିନା ରିଫାଇନାରି କାରଖାନା ସ୍ଥାପନ ସକାଶେ ଆଜି ବାଟ ପିଟିଥିବା ଦେଖିବାକୁ ମିଳିଛି।ଏନେଇ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ଜନଶୁଣାଣୀ ଅନୁଷ୍ଠିତ ହୋଇଯାଇଛି। ଅନ୍ୟପକ୍ଷରେ ଦୀର୍ଘ ୧୫ ବର୍ଷର ପ୍ରତୀକ୍ଷା ର ଅନ୍ତ ଘଟିଛି। କଂସାରି ଗୁଡା ସମେତ ପ୍ରଭାବିତ ୨୨ ଖଣ୍ଡ ଗ୍ରାମବାସୀ ଙ୍କ  ଦାବି ପୁରଣ ହେବା ନେଇ ସ୍ଥାନୀୟ ଅଞ୍ଚଳରେ ଆଶାସଞ୍ଚାର ହୋଇଛି। ସୁଚନା ଯୋଗ୍ୟ ଯେ  ରାୟଗଡ଼ା ଜିଲ୍ଲା କାଶିପୁର ବ୍ଲକ ପଡାପାଡି ଗ୍ରାମପଞ୍ଚାୟତ ଅନ୍ତର୍ଗତ କଂସାରି ଗୁଡା ରେ ଆଲୁମିନା ରିପାଇନାରି  କାରଖାନା ନିର୍ମାଣ ନିମନ୍ତେ ୨୦୦୫ ରେ ଆଦିତ୍ୟ ଗ୍ରୃପ୍ ପକ୍ଷରୁ ପ୍ରସ୍ତାବ ଦିଆଯାଇଥିଲା।ଯୁଦ୍ଦକାଳିନ ଭିତ୍ତିରେ ଏନେଇ  କଂସାରି ଗୁଡା ମୈଜାର ୪୯୮ ଏକର ଜମି ପହଣ୍ଡି ମୈଜାର , ୨୯୯ ଏକର ଜମି ,ପୋଡାପାଡି ମୈଜାର ୩୨ ଏକର ଜମି ବାଙ୍କାମ୍ବ  ଗ୍ରାମ ପଞ୍ଚାୟତ ଫୁଲଯବା ମୈଜାର ୧୯୯ ଏକର ଜମି ଅଧିଗ୍ରହଣ କରାଯାଇଥିଲା। ଅଞ୍ଚଳ ରେ କାରଖାନା ନିର୍ମାଣ ହେଲେ ଲୋକ ଆର୍ଥିକ ମାନଦଣ୍ଡ ସୁଦୃଢ ହେବାସହ ଜମିହରା ଓ ବିସ୍ଥାପିତ ଲୋକ ଚାକିରି ଖଣ୍ଡିଏ ପାଇବେ ବୋଲି ଆଶା ରଖିଥିଲେ। ଏଠାକାର ଲୋକେ ପ୍ରତ୍ୟକ୍ଷ ବା ପରୋକ୍ଷରେ ରୋଜଗାର କ୍ଷମ ହୋଇପାରିବେ ବିଶ୍ଵାସ ରଖି ସ୍ଥାନୀୟ ଅଧିବାସୀ ସେମାନଙ୍କ ଜମି କାରଖାନା ନିର୍ମାଣ କରିବାକୁ ହସ୍ତତନ୍ତର କରିଥିଲେ। ତେବେ ୧୬ ବର୍ଷ ବିତିଯାଇଥିଲେ ମଧ୍ୟ କାରଖାନା ନିର୍ମାଣ ହେଇପାରିନଥିଲା । ଏନେଇ କମ୍ପାନୀ କର୍ତ୍ତୃପକ୍ଷ ହାତଟେକି  ଦେଇଥିଲେ।ଆଜି ଜିଲ୍ଲା ପ୍ରଶାସନ ରାଜ୍ୟ ପ୍ରଦୂଷଣ ବୋର୍ଡ ଆନୁକୁଲ୍ୟରେ ସ୍ଥାନୀୟ ପଡାପାଢି ସ୍ଥିତ ଗୋପବନ୍ଧୁ ଉଚ୍ଚ ବିଦ୍ୟାଳୟ ରେ ରିଫାଇନେରି ପ୍ଲାଣ୍ଟ ଓ ୧୫୦ମେଗାଓ୍ବାଟ ବିଦ୍ୟୁତ ଉତ୍ପାଦନ ପାଇଁ ଜନଶୁଣାଣୀ ଆୟୋଜନ କରାଯାଇଥିଲା। ଉକ୍ତ ଜନଶୁଣାଣୀ ଜିଲ୍ଲା ପ୍ରଦ୍ୟୁଷଣ ମୁଖ୍ୟ ପ୍ରଶାନ୍ତ କୋର,ଏଡିମ ସୋମନାଥ ପ୍ରଧାନ ଓ ଉତ୍କଳ ଆଲୁମିନା ର ଉପଦେଷ୍ଟା ସୂର୍ଯ୍ୟକାନ୍ତ ମିଶ୍ର ପରିଚାଳନା କରିଥିଲେ। ଉକ୍ତ ଜନଶୁଣାଣୀ ଅଞ୍ଚଳର  କେବଳ ୨୫୦ ଜଣକୁ ନେଇ ଅନୁଷ୍ଠିତ ହୋଇଥିଲା। ପାଚେରୀ ବାହାରେ ପ୍ରାୟ ୧୦୦୦ ଜଣ ଅଞ୍ଚଳ ବାସୀ ରହିଥିଲେ।ଆଇନ ଶୃଙ୍ଖଳା ଦୃଷ୍ଟିରୁ ଆରକ୍ଷୀ ଅଧିକ୍ଷକ ବିବେକାନନ୍ଦ ଶର୍ମା ନେତୃତ୍ବରେ ପ୍ରାୟ ୧୮ଟି ସ୍ଥାନରେ ଜରଦାର ଚେକିଙ୍ଗ କରାଯାଉଥିଲା। ଜନଶୁଣାଣୀ ସ୍ଥଳରେ ଅସ୍ଥାୟୀ ପୋଲିସ ପୋଷ୍ଟ ସହିତ ୨ଜଣ ଅତିରିକ୍ତ ଏସପି,୫ଡିଏସପି,୮ଆଇଆଇସି,୧୭ଏସ୍ଆଇ,୧୯ଏଏସ୍ଆଇ, ସହିତ ପ୍ରାୟ ୫୦୦ ଉର୍ଦ୍ଧ୍ ପୋଲିସ କର୍ମଚାରୀ ମୁତୟନ ହୋଇଥିଲେ।  ଆଶ୍ଚର୍ଯ୍ୟ ର କଥା ୨୨ ଖଣ୍ଡ ଗାଁ ରେ ମାତ୍ର୨୫୦  ଲୋକଙ୍କୁ ଧରି ଜନଶୁଣାଣୀ। ପରିସର ମଧ୍ୟରେ ଯେତେ ଲୋକ ଥିଲେ ତାହାର ତିନି ଗୁଣ ଲୋକମାନେ ପରିସର ବାହାରେ ଥିଲେ, ପରିସର ବାହାରେ ଥିବା ଲୋକମାନେ ଅଧିକାଂଶ କମ୍ପାନୀ ସ୍ଥାପନ ବିରୁଦ୍ଧରେ। ସେମାନେ କହିବା ଅନୁଯାୟୀ ଉତ୍କଳ ଆଲୁମିନା କମ୍ପାନୀ ଆରମ୍ଭରେ ଯେତେ ପ୍ରତିଶ୍ରୁତି ଦେଇଥିଲା ଆଜିକା ଦିନରେ କୌଣସି ପ୍ରତିଶ୍ରୁତି ପାଳନ କରାଯାଇନାହିଁ ବୋଲି କହିଛନ୍ତି।ସ୍ଥାନୀୟ ଜନସାଧାରଣ କହିବା ଅନୁଯାୟୀ ଅଞ୍ଚଳରେ ବିକାଶ ପାଇଁ କମ୍ପାନୀ ନିହାତି ଆବଶ୍ୟକ କିନ୍ତୁ ସ୍ଥାନୀୟ ଯୁବକ ଯୁବତୀ ମାନଙ୍କୁ ସ୍ତାଇ ନିଯୁକ୍ତି ସୁଯୋଗ ମିଳିଲେ ଆମେ କମ୍ପାନୀ ସପକ୍ଷରେ ଅଛୁ ବଲି ସ୍ଥାନୀୟ ଜନସାଧାରଣ କହିଛନ୍ତି।

Leave A Reply

Your email address will not be published.