ଶାଳିଆ ନଦୀରେ ଭାସିଯାଇ ମହିଳା ମୃତ

0 73

ଖୋର୍ଦ୍ଧା : ଶାଳିଆ ନଦୀରେ ଭାସିଯାଇ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି ।ମୃତଦେହକୁ ଅଗ୍ନିଶମ ବାହିନୀ ଉଦ୍ଧାର କରିଛି ।

ସୂଚନା ମୁତାବକ, ବାଣପୁର ଥାନା ଅନ୍ତର୍ଗତ ସାନ ହନ୍ତୁଆଡ଼ ଗ୍ରାମର ମଞ୍ଜୁଲତା ମହାରଣା (୫୬) ଗତକାଲି ଗ୍ରାମ ନିକଟସ୍ଥ ଶାଳିଆ ନଦୀକୁ ଶୌଚ ହେବାକୁ ଯାଇଥିଲେ । ତେବେ ନଦୀର ପ୍ରଖର ସ୍ରୋତରେ ମହିଳା ଜଣକ ଭାସିଯାଇଥିଲେ । ଏ ନେଇ ଗ୍ରାମବାସୀ ସଂନ୍ଧ୍ୟାରେ ବାଣପୁର ଅଗ୍ନିଶମ ଅଧିକାରୀଙ୍କୁ ଖବର ଦେଇଥିଲେ । ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ମଞ୍ଜୁଲତାଙ୍କୁ ଖୋଜିବାରେ ଲାଗିପଡ଼ିଥିଲେ । କିନ୍ତୁ, କିଛି ସୁଫଳ ନମିଳିବାରୁ ରାତିରେ ଅଗ୍ନିଶମ ବାହିନୀ ଖାଲି ହାତରେ ଫେରିଥିଲା ।

ତେବେ ଆଜି ସକାଳୁ ପୁଣି ଅଗ୍ନିଶମ ବାହିନୀ ସର୍ଚ୍ଚ ଅପେରସନ ଆରମ୍ଭ କରିବାରୁ ଗ୍ରାମ ପଛପଟେ ଥିବା ଶାଳିଆ ନଦୀରୁ ମଞ୍ଜୁଲତାଙ୍କ ମୃତ ଶରୀରକୁ ଉଦ୍ଧାର କରି ବାଣପୁର ପୋଲିସକୁ ସୂଚନା ଦେଇଥିବାର ଜଣାପଡିଛି ।

ସୂଚନା ଥାଉକି, ଗତ ଏକ ମାସ ମଧ୍ୟରେ ଶାଳିଆ ନଦୀରେ ବୁଡି ତିନି ଜଣ ବ୍ୟକ୍ତି ପ୍ରାଣ ହରାଇଲେଣି ।

Leave A Reply

Your email address will not be published.