ଖଣି ଜନଶୁଣାଣି ସାରି ଫେରୁଥିବା ପ୍ରଦୁଷଣ ନିୟନ୍ତ୍ରଣ ବୋର୍ଡ ଅଧିକାରଙ୍କ ଠାରୁ ରାସ୍ତାରୁ ଭିଜିଲାନ୍ସ ପାଇଲା ଲକ୍ଷେ ୭୫ ହଜାର

0 41

ରାଉରକେଲା : ସୁନ୍ଦରଗଡ ଜିଲ୍ଲା କୋଇଡା ଅଂଚଳର ଏକ ଖଣି ପଟ୍ଟନାୟକ ମିନେରାଲର ଜନଶୁଣାଣି ସାରି ପରଦିନ ରାଉରକେଲାରୁ ଭୁବନେଶ୍ୱର ଫେରୁଥିବା ରାଉରକେଲା ଆଂଚଳିକ ଅଧିକାରୀ ପିକେ ମହାପାତ୍ରଙ୍କୁ ନଗଦ ୧ ଲକ୍ଷ ୭୫ ହଜାର ୮୧୦ ଟଙ୍କା ସହ ଭୁବନେଶ୍ୱର ଭିଜିଲାନ୍ସ ଧରି ତାଙ୍କୁ ଗିରଫ କରି ଗତକାଲି କୋର୍ଟଚାଲାଣ କରିଛି ।ସେଠାରେ ଜାମିନ ନାମାଞ୍ଜୁର ହେବାରୁ ଅଧିକାରୀ ଜଣଙ୍କୁ ବିଚାର ବିଭାଗୀୟ ହାଜତକୁ ଯିବାକୁ ପଡିଛି । ଏନେଇ ଭିଜିଲାନ୍ସ କେଶ୍ ନମ୍ବର୨୯ ତା ୯-୧୦-୨୧ ରେ ୭(ଏ)/୧୩(୨)ଆର/ଡବ୍ଲୁ୧୩(୧)(ବି) ଦୁର୍ନିତୀ ନିବାରଣ ଆଇନ ୨୦୧୮ ଅନୁଶାରେ ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ ହେଉଛି । ଏହି ମାମଲାକୁ ଭିଜିଲାନ୍ସ ଅଫିସର ମଦନ ମୋହନ ପ୍ରଧାନ ତଦନ୍ତ କରୁଥିବା ଜଣାପଡିଛି । ଖବର ଲେଖାଯିବା ବେଳକୁ ମଧ୍ୟ ଅଭିଯୁକ୍ତଙ୍କର ଘର ଖାନ ତଲାସି ଚାଲିଥିବା ସୂଚନା ମିଳିଛି ।

ଏଠାରେ ଉଲ୍ଲେଖଯୋଗ୍ୟ, ଏହି ଅଧିକାରୀ ଜଣକ ରାଉରକେଲାରେ ଦେଢ ବର୍ଷ ତଳେ ଯୋଗ ଦାନ କରିଥିଲେ । ଜିଲ୍ଲାରେ ଖଣି ଠାରୁ ଆରମ୍ଭ କରି କଳକାରଖାନା, ଡାକ୍ତରଖାନା ଗୁଡିକ କରୁଥିବା ଉଭୟ ବାୟୁ ପାଣି ପ୍ରଦୁଷଣକୁ ନେଇ ବାରମ୍ବାର ଅଭିଯୋଗ କରାଯିବା ସତ୍ୱେ କୌଣସି କାର୍ଯ୍ୟାନୁଷ୍ଠାନ ନିଆ ଯାଇ ନଥିଲା । ଏଠାକାର ଲୋକ ପ୍ରତିନିଧି ମାନେ ସବୁକିଛି ଜାଣିଥିଲେ ମଧ୍ୟ ସବୁ କିଛି ନିରବ ହୋଇ ରହିଥିଲା । ଏବେ ଗତକାଲି ଏଭଳି ଗିରଫ ଦାରୀ ଓ ଭିଜିଲାନ୍ସ ଚଢଉ ଖବର ରାଉରକେଲାରେ ପହଁଚିବା ପରେ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କର ଜୟଗାନ କରିଛନ୍ତି ଜିଲ୍ଲାବାସୀ । ତେବେ ଏକ ଖଣିର ଜନଶୁଣାଣି ପରେ ଏହି ଅଧିକାରୀ ଯିଏକି ଜନଶୁଣାଣିର ମୁଖ୍ୟ ଦାୟିତ୍ୱ ତୁଲାଇଥାନ୍ତି ତାଙ୍କ ଠାରୁ ଏତେ ଟଙ୍କା ବାହାରିବା କଥା ଜନଶୁଣାଣିର ନିରପେକ୍ଷତାକୁ ନେଇ ଉଠିଛି ପ୍ରଶ୍ନ । ସେହିଭଳି ୟାଙ୍କ ପାଖରୁ ଯଦି ଏତିକି ବାହାରିଲା ଅନ୍ୟ ମାନେ କେତେ ପାଇଥିବେ ତାହା ମଧ୍ୟ ଅନ୍ୟଏକ ପ୍ରଶ୍ନ ହୋଇ ଠିଆ ହୋଇଛି । କାରଣ ଏହି ଜନଶୁଣାଣୀରେ ପ୍ରବଳ ଜନଅସନ୍ତୋଷ ହେବା ସହ ବଣେଇ ତହସିଲଦାର ଲୋକଙ୍କୁ ବ୍ୟବହାର ଖରାପ କରିଥିବାର ଅଭିଯୋଗ ମଧ୍ୟ ହୋଇଛି । ଲୋକଙ୍କର ଅଭିଯୋଗ ହେଲା ଏହି ଖଣି ଲାଗି ପ୍ରଭାବିତ ଅଂଚଳର ବାସିନ୍ଦା ହିଁ ଜନଶୁଣାଣିରେ ରହିବା କଥା, ମାତ୍ର ବାହାର ଅଂଚଳରୁ ନିଜ ସମର୍ଥନରେ ଲୋକଙ୍କୁ ଆଣି ଜନଶୁଣାଣିରେ ବସା ଗଲା, ମାତ୍ର ସେହି ଅଂଚଳ ବାସିଙ୍କୁ ସେଠାକୁ ଛଡା ଗଲା ନାହିଁ । ଜିଲ୍ଲାରେ ହେଉଥିବା ଖଣି ଅଂଚଳର ଜନଶୁଣାଣିରେ ଏହିଭଳି କିଣାବିକାରେ ଜନଶୁଣାଣି ଚାଲିଥିବାର ଅଭିଯୋଗ ହୋଇଚାଲିଥିଲେ ମଧ୍ୟ ସରକାର ଏ ଦିଗରେ ଦୃଷ୍ଟି ଦେଇ ନାହାନ୍ତି । ଫଳରେ ସଦ୍ୟ କାମ ସାରି ଫେରୁଥିବା ବାବୁଙ୍କ ପାଖରୁ ଏତେ ଟଙ୍କା ମିଳିଲା ଯାହାର ହିସାବ ସେ ଦେଇପାରିଲେନି ଓ ଜନଶୁଣାଣି ପରେ ବାବୁ ମାନେ କେତେ ମାଲାମାଲ ହୁଅନ୍ତି ତାହାର ଏକ ପ୍ରମାଣ ମଧ୍ୟ ମିଳିଲା ବୋଲି ଆଲୋଚନା ଚାଲିଛି ।

Leave A Reply

Your email address will not be published.