ରାଜ୍ୟରେ ଗୋଟିଏ ଦିନରେ ୩୫୮ କରୋନା ଆକ୍ରାନ୍ତ ଚିହ୍ନଟ

0 63

-ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୦୨୧୧୮୦

ଭୁବନେଶ୍ୱର : ରାଜ୍ୟରେ ଗୋଟିଏ ଦିନରେ ୩୫୮ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୦୩୪୬୩୪ କୁ ବୃଦ୍ଧି ପାଇଛି । ସେହିପରି ୧୮ ବର୍ଷରୁ କମ ୪୭ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ୱିଟ କରି ସୂଚନା ଦିଆ ଯାଇଛି । ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୨୧ ହଜାର ୧୮୦ ହୋଇଛି । ରାଜ୍ୟରେ ବର୍ତମାନ ସୁଦ୍ଧା ସକ୍ରିୟ ରୋଗୀଙ୍କ ସଂଖ୍ୟା ୫୧୧୯ ରହିଛି।

ଆଜି ଚିହ୍ନଟ ହୋଇଥିବା ୩୫୮ ଜଣଙ୍କ ମଧ୍ୟରୁ ୨୦୯ ଜଣ ସଂଗରୋଧରୁ ହୋଇଥିବା ବେଳେ ୧୪୯ ଜଣ ସ୍ଥାନୀୟ ଲୋକ ବୋଲି ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି । କରୋନା ପଜିଟିଭ ମାମଲା ସାମନାକୁ ଆସିବା ପରେ ଏହି ବାବଦରେ କଂଟାକ୍ଟ ଟ୍ରେସିଂ ଓ ଅନ୍ୟ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରା ଯାଉଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରକାଶ କରା ଯାଇଛି । ଆଜି ଚିହ୍ନଟ ହୋଇଥିବା କୋରୋନା ଆକ୍ରାନ୍ତ ମାନେ ମୋଟ ୨୩ ଟି ଜିଲ୍ଲାର ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି ।

ସ୍ୱାସ୍ଥ୍ୟ ବିଭାଗ ବିଭାଗ ପକ୍ଷରୁ ଦିଆ ଯାଇଥିବା ସୂଚନା ଅନୁସାରେ ଖୋର୍ଧାରୁ ସବୁଠାରୁ ଅଧିକ ୧୮୬ ଜଣ କରୋନା ସଂକ୍ରମିତ ହୋଇଥିବା ଜଣା ପଡିଛି ।

ଗତ ୨୪ ଘଂଟା ମଧ୍ୟରେ ଅନୁଗୁଳ ଜିଲ୍ଲାରୁ ୧, ବାଲେଶ୍ୱରରୁ ୧୩ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ବରଗଡ଼ରୁ ୩, ଭଦ୍ରକରୁ ୮ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ବଲାଙ୍ଗୀର ଜିଲ୍ଲାରୁ ୪ ଓ ବୌଦ୍ଧ ଜିଲ୍ଲାରୁ ୧ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

କଟକରୁ ୧୫ ସଂକ୍ରମିତ ହୋଇଥିବା ବେଳେ ଦେବଗଡ ଜିଲ୍ଲାରୁ ୧ ସଂକ୍ରମିତ ଚିହ୍ନଟ ହୋଇ ଛନ୍ତି । ଢେଙ୍କାନାଳ ଜିଲ୍ଲାରୁ ଜଣେ ହେଲେ ସଂକ୍ରମିତ ଚିହ୍ନଟ ହୋଇ ନାହାନ୍ତି । ଗଜପତି ଜିଲ୍ଲାରୁ , ଗଂଜାମ ଜିଲ୍ଲାରୁ ୧, ଜଗତସିଂହପୁର ଜିଲ୍ଲାରୁ ୮ ଜଣ, ଯାଜପୁରରୁ ୧୧ ଜଣ ସଂକ୍ରମିତ ହୋଇଥିବା ବେଳେ ଝାରସୁଗୁଡ଼ା, କଳାହାଣ୍ଡି ଓ କନ୍ଧମାଳ ଜିଲ୍ଲାରୁ ଜଣେ ହେଲେ ସଂକ୍ରମିତ ଚିହ୍ନଟ ହୋଇ ନାହାନ୍ତି । କେନ୍ଦ୍ରାପଡ଼ାରୁ ୧୩ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ କେନ୍ଦୁଝରରୁ ୧ ସଂକ୍ରମିତ ଚିହ୍ନଟ ହୋଇ ହୋଇଛନ୍ତିା

ଖୋର୍ଦ୍ଧାରୁ ୧୮୬ ଜଣ ଚିହ୍ନଟ ହୋଇଥିବା ବେଳେ କୋରାପୁଟ ଜିଲ୍ଲାରୁ ୨ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ମାଲକାନଗିରି ଜିଲ୍ଲାରୁ ଜଣେ ହେଲେ ସଂକ୍ରମିତ ଚିହ୍ନଟ ହୋଇ ନାହାନ୍ତି । ମୟୂରଭଞ୍ଜରୁ ୧୧ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ନବରଙ୍ଗପୁରରୁ ଜଣେ ହେଲେ ସଂକ୍ରମିତ ଚିହ୍ନଟ ହୋଇ ନାହାନ୍ତି । ନୟାଗଡ଼ରୁ ୩ ଜଣ ସଂକ୍ରମିତ ହୋଇଥିବା ବେଳେ ନୂଆପଡ଼ାରୁ ଜଣେ ହେଲେ ସଂକ୍ରମିତ ଚିହ୍ନଟ ହୋଇ ନାହାନ୍ତି । ପୁରୀରୁ ୯ ଜଣ, ରାୟଗଡ଼ାରୁ ୫ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସମ୍ବଲପୁରରୁ ୪ ଜଣ ଚିହ୍ନଟ ହୋଇଥିବା ବେଳେ ସୋନପୁରରୁ ୨ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସୁନ୍ଦରଗଡ଼ରୁ ୩ ଜଣ ଓ ଷ୍ଟେଟ୍ ପୁଲରୁ ୪୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

Leave A Reply

Your email address will not be published.