ସାଧାରଣ ଜନତାଙ୍କୁ ମହଙ୍ଗା ମାଡ଼ ,ଟମାଟୋ କିଲୋ ୯୩ ଟଙ୍କା

72

ନୂଆଦିଲ୍ଲୀ : ପାର୍ବଣ ଋତୁରେ ଖାଉଟିଙ୍କ ଉପରେ ମହଙ୍ଗା ମାଡ ବଢିଚାଲିଛି । ଗ୍ୟାସ ସିଲିଣ୍ଡର ଓ ପେଟ୍ରୋଲ-ଡିଜେଲ ଦାମ ବୃଦ୍ଧି ପରେ ପିଆଜ ଓ ଟମାଟୋ ଦାମ ସାଧାରଣ ଜନତାଙ୍କୁ କନ୍ଦେଇବା ଆରମ୍ଭ କରିଛି । ଗତ କିଛିଦିନରେ ପିଆଜ ଓ ଟମାଟୋ ଦାମ ବୃଦ୍ଧି ପାଇଛି । ସରକାରୀ ତଥ୍ୟ ଅନୁଯାୟୀ, ସୋମବାର ଦିନ ଖରାପ ପାଗ ଓ ବଜାରରେ ଟମାଟୋ ଅଭାବ ଯୋଗୁଁ ଟମାଟୋ କିଲୋ ପ୍ରତି ୯୩ ଟଙ୍କାରେ ପହଞ୍ଚିଛି । ରାଜଧାନୀ ଦିଲ୍ଲୀ ସମେତ ଅନେକ ସହରରେ ଟମାଟୋ ଦାମ ଆକାଶଛୁଆଁ । ଦେଶର ମେଟ୍ରୋ ସହରରେ ଟମାଟୋ କିଲୋ ପ୍ରତି ୫୦ ରୁ ୯୩ ଟଙ୍କା ହୋଇଛି । କୋଲକାତାରେ ଟମାଟୋ କିଲୋ ୯୩ ଟଙ୍କା, ଦିଲ୍ଲୀରେ ୫୯ ଟଙ୍କା, ଚେନ୍ନାଇରେ ୬୦ ଟଙ୍କା ଓ ମୁମ୍ବାଇରେ ୫୩ ଟଙ୍କା ରହିଛି । ତାଛଡା ଦେଶର ପ୍ରାୟ ୫୦ ଟି ସହରରେ ଟମାଟୋ କିଲୋ ୫୦ ଟଙ୍କା ଅଛି ।

ଦରବୃଦ୍ଧିର ମୁଖ୍ୟ କାରଣ ଅଦିନିଆ ବର୍ଷା । ଅଦିନିଆ ବର୍ଷା ଯୋଗୁଁ ଟମାଟୋ ଚାଷ କ୍ଷତିଗ୍ରସ୍ତ ହୋଇଛି । ନୂଆ ଟମାଟୋ ଆସିବାକୁ ଆହୁରି ୨-୩ ମାସ ସମୟ ଲାଗିବ । ସେଥିପାଇଁ ଦାମ ବୃଦ୍ଧି ହୋଇଛି । ମଧ୍ୟ ପ୍ରଦେଶ ଓ ମହାରାଷ୍ଟ୍ର ଭଳି ଉତ୍ପାଦକ ରାଜ୍ୟ ଅଦିନିଆ ବର୍ଷା ଯୋଗୁଁ ଫସଲ ନଷ୍ଟ ହୋଇଛି । ଯାହାଫଳରେ ବଜାରରେ ଟମାଟୋ ଦାମ ଆକାଶଛୁଆଁ ହୋଇଯାଇଛି । ଟମାଟୋ ଚାଷ କରୁଥିବା ଦେଶମାନଙ୍କ ମଧ୍ୟରେ ଭାରତ ସବୁଠାରୁ ବଡ ଉତ୍ପାଦକ । ଚୀନ ପରେ ଭାରତ ଦ୍ୱିତୀୟ ସବୁଠାରୁ ବଡ ଟମାଟୋ ଉତ୍ପାଦକ ଦେଶ । ଭାରତରେ ପ୍ରାୟ ୭.୮୯ ଲକ୍ଷ ହେକ୍ଟର ଚାଷଜମିରେ ହେକ୍ଟର ପ୍ରତି ପ୍ରାୟ ୨୫ ଟନ ଟମାଟୋ ଚାଷ ହୋଇଥାଏ । ଟମାଟୋ ଛଡା ଅନ୍ୟ ପନିପରିବା ଦାମ ମଧ୍ୟ ବୃଦ୍ଧି ପାଇଛି । ହୋଲସେଲ ବଜାରରୁ ଖୁଚୁରା ବଜାର ଯାଏଁ ପରିବା ଦାମ ବୃଦ୍ଧି ପାଇଛି ।

Comments are closed.