ବରିଷ୍ଟ କଂଗ୍ରେସନେତା ଶ୍ରୀଯୁକ୍ତ ପ୍ରଦୀପ୍ତ କୁମାର ଦାସଙ୍କ ଦ୍ୱାରା ଗଣକବି ବୈଷ୍ଣବ ପାଣିଙ୍କ ୧୩୯ ତମ ଜୟନ୍ତୀ ଉତ୍ସବ ପାଳିତ

69

ମାହାଙ୍ଗା : ଓଡିଶାର କବି ଜଗତରେ ସୁଖ୍ୟାତି ଅର୍ଜନ କରିଥିବା କଟକ ଜିଲ୍ଲା ମାହାଙ୍ଗା ବ୍ଲକ କୋଠପଦା ଗ୍ରାମର ବିଶିଷ୍ଟ ଉତ୍କଳ ଗଣକବି ବୈଷ୍ଣବ ପାଣିଙ୍କ ୧୩୯ ତମ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି । ଏହି ଅବସରରେ ମାହାଙ୍ଗା ନିର୍ବାଚନ ମଣ୍ଡଳୀ କଂଗ୍ରେସ ବରିଷ୍ଠ ନେତା ତଥା ସମାଜସେବୀ ପ୍ରଦୀପ୍ତ ଦାସ ଗଣକବି ବୈଷ୍ଣବ ପାଣିଙ୍କ ଜନ୍ମସ୍ଥାନ କୋଠପଦା ସ୍ଥିତ ରଘୁନାଥଜୀଉ ମଠରେ ପହଁଚି ବୈଷ୍ଣବ ପାଣିଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ଅର୍ପଣ କରିବା ପୂର୍ବକ ଗଣକବି ସାରା ଓଡ଼ିଶାରେ ମାହାଙ୍ଗାକୁ ଏକ ସ୍ୱତନ୍ତ୍ର ପରିଚୟ ଦେଇପାରିଛନ୍ତି ବୋଲି ମତପ୍ରକାଶ କରିଥିଲେ । କଂଗ୍ରେସ ନେତା ପ୍ରଦୀପ୍ତ ଦାସଙ୍କ ସହ ପଣ୍ଡିତ ପ୍ରଭାତ କୁମାର କର,ସଂଗ୍ରାମକେଶରୀ ସାମଲ, ଅରୁଣ କୁମାର ନାଥ, ମନମଥ ଖଟୁଆ, ସୁକାନ୍ତ ନନ୍ଦ, ବସନ୍ତ ମହାନ୍ତି,ରାଜକିଶୋର ସାହୁ, ଦିଲ୍ଲୀପ ରାଉତ, ସଂଜୟ ବେହେରା, ଅଶୋକ ସେଠୀ,ଧରଣୀଧର ଜେନା, ମାଧବ ପଲେଇ ପ୍ରମୁଖ ଉପସ୍ଥିତ ଥିଲେ ।

Comments are closed.