ମମିତା ମେହେର ହତ୍ୟା ମାମଲା : ବିଜେପି ପକ୍ଷରୁ ୧୨ ଘଣ୍ଟିଆ ବଲାଙ୍ଗିର ବନ୍ଦ ପାଳନ

72

ବଲାଙ୍ଗିର : ମମିତା ମେହେର ଅପହରଣ ଓ ହତ୍ୟାର ସିବିଆଇ ଯାଞ୍ଚ ଦାବି କରିବା ସଙ୍ଗେ ସଙ୍ଗେ ଏହି ମାମଲାରେ ମୁଖ୍ୟ ଅଭିଯୁକ୍ତ ଠିକାଦାରରୁ କଲେଜ ମାଲିକ ଗୋବିନ୍ଦ ସାହୁ ସହିତ ଓଡିଶା ଗୃହ ରାଷ୍ଟ୍ର ମନ୍ତ୍ରୀ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ରଙ୍କ ସମ୍ପର୍କ ଏବଂ ଘଟଣାରେ ମନ୍ତ୍ରୀଙ୍କ ଇସ୍ତଫା ଦାବିକରି ଗତକାଲି କଳାହାଣ୍ଡି ବନ୍ଦ ପରେ ଆଜି ବଲାଙ୍ଗିର ଜିଲ୍ଲାରେ ୧୨ ଘଣ୍ଟିଆ ବନ୍ଦ ଡ଼ାକରା ଦେଇଛି ବିଜେପି । ଫଳରେ ଆଜି ସକାଳୁ ବଲାଙ୍ଗିର ସହରର ସମସ୍ତ ଦୋକାନ ବଜାର, ଯାନବାହାନ, ସ୍କୁଲ କଲେଜ, ବ୍ୟାଙ୍କ, ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇ ବିଜେପି କର୍ମୀ ମାନେ ବନ୍ଦ କରିଛନ୍ତି । ଶାନ୍ତି ପୂର୍ଣ୍ଣ ଭାବରେ ବନ୍ଦ ପାଳନ ହେଉଥିବା ବେଳେ ବ୍ୟାପକ ପୁଲିସ ମୁତୟନ କରାଯାଇଛି । ଅନ୍ୟ ପଟେ କୋର୍ଟରୁ ୫ ଦିନିଆ ରିମାଣ୍ଡରେ ଆଣି ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦଙ୍କୁ ଏନେଇ ଅଧିକ ପଚରା ଉଚୁରା ଚଳାଇଛି ପୋଲିସ ।

Comments are closed.