କୋଭିଡ଼୍-୧୯ ଟୀକାକରଣ ଅଭିଯାନରେ ଭାରତ ୧୦୦ କୋଟି ଭ୍ୟାକ୍ସିନ୍ ର ସଂଖ୍ୟା ପାର୍ କଲା- ଉପରାଷ୍ଟ୍ରପତି

60

ନୂଆଦିଲ୍ଲୀ : ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ ଏକ ଟ୍ୱିଟ୍ କରି ଉଲ୍ଲେଖ କରିଛନ୍ତି ଯେ, କୋଭିଡ଼୍-୧୯ ଟୀକାକରଣ ଅଭିଯାନରେ ଆଜି ଭାରତ ୧୦୦ କୋଟି ଭ୍ୟାକ୍ସିନ୍ ର ସଂଖ୍ୟା ପାର୍ କରିଛି । ତେବେ ଏତେ କମ୍ ସମୟ ମଧ୍ୟରେ ଏହି ମହତ୍ୱପୂର୍ଣ୍ଣ ଉପଲବ୍ଧି ପାଇଁ ସେ ଟିମ୍ ଇଣ୍ଡିଆକୁ ହାର୍ଦ୍ଧିକ ଅଭିନନ୍ଦନ ଜଣାଇଛନ୍ତି ।

ଏ ନେଇ ଅନ୍ୟ ଏକ ଟ୍ୱିଟ୍ ରେ ସେ କହିଛନ୍ତି ଯେ, ଏହି ସଫଳତା ଆମର ଆଗ ଧାଡିର କୋଭିଡ଼୍ ଯୋଦ୍ଧା, ଡାକ୍ତର, ସ୍ୱାସ୍ଥ୍ୟକର୍ମୀ, ବୈଜ୍ଞାନିକ, ଟୀକା ନିର୍ମାତା, କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କର୍ମଚାରୀଙ୍କ ନିଷ୍ଠା ଓ ସମର୍ପଣ ଯୋଗୁଁ ସମ୍ଭବ ହୋଇଇପାରିଛି । ତେଣୁ ସମସ୍ତଙ୍କୁ ସେ କୃତଜ୍ଞତା ଜଣାଇଛନ୍ତି ।

ଏନେଇ କରିଥିବା ଆଉ ଏକ ଟ୍ୱିଟ୍ ରେ ଯେଉଁ ଲୋକ ମାନେ ଏପର୍ଯ୍ୟନ୍ତ କରୋନା ଟୀକା ନେଇନାହାଁନ୍ତି, ସେମାନେ ତୁରନ୍ତ ଟୀକା ନିଅନ୍ତୁ ବୋଲି ସେ ଅନୁରୋଧ କରିଛନ୍ତି । କରୋନା ବିରୋଧୀ ଅଭିଯାନରେ ଆମେ ସମସ୍ତେ ଏକାଠି ଅଛୁ । ଆମେ ଏହାକୁ ହରାଇ ପାରିବା, ଆସନ୍ତୁ ମିଳିତ ଭାବେ କରୋନା ସହିତ ଲଢ଼ିବା ବୋଲି ସେ ଉଲ୍ଲେଖ କରିଛନ୍ତି ।

Comments are closed.