କୁମାର ଉତ୍ସବ ପାଳନ ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଲେ ଯୁବ ବିଜେଡି ସମ୍ପାଦକ ଶ୍ରୀଯୁକ୍ତ ହେମନ୍ତ ଦାସ

64

ମାହାଙ୍ଗା : ଝିଅ ମାନଂକ ପାଇଁ କୁମାର ଉତ୍ସବ ହୋଇଥାଏ,ଏହି କୁମାର ପୂର୍ଣ୍ଣିମାରେ କୁମାରୀ ମାନେ ଉପବାସ କରି ତୁଳସୀ ଚଉଁରା ମୂଳେ ପୂଜା କରିଥାନ୍ତି । ମାହାଙ୍ଗା ବ୍ଲକ୍ ଅନ୍ତର୍ଗତ କୁସୁପୁର ପଞ୍ଚାୟତର କୁସୁପୁର ଗ୍ରାମର କୋଠ ସାହିର କୁମାରୀ ମାନେ ମହାଆଡମ୍ବରରେ କୁମାର ପୂର୍ଣ୍ଣିମା ପାଳନ କରିଥିଲେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପଞ୍ଚାୟତର ଯୁବନେତା ତଥା ପଞ୍ଚାୟତ ବାସିଙ୍କ ସୁଖ ଦୁଃଖର ସାଥୀ ୪୧ ନମ୍ୱର୍ ଜୋନର ଯୁବ ବିଜେଡ଼ି ସମ୍ପାଦକ ହେମନ୍ତ ଦାସ ଯୋଗ ଦେଇଥିଲେ । ଏହି ଅନୁଷ୍ଠାନର ସମସ୍ତ ଗୁରୁଜନ ମାନକୁ ହେମନ୍ତ ଦାସ ପ୍ରଣାମ କରିବା ସହ ଯଦି ତାଙ୍କ ହାତ ମୁଠାକୁ ଟାଣ କରାଯାଏ ତାହେଲେ ଆଗାମୀ ଦିନରେ ସେ ଏହି ଅନୁଷ୍ଠାନକୁ ଆଗକୁ ଆହୁରି ଉନ୍ନତି କରିବେ ବୋଲି କହିଥିଲେ । ସମସ୍ତ ଗୁରୁଜନ ମା ମାଉସୀଙ୍କ ଆଶ୍ରିବାଦ୍ ତାଙ୍କର ଦରକାର୍ ବୋଲି ସେ କହିଥିଲେ । ଯୁବନେତା ହେମନ୍ତ ଦାସ ଏହି ଗାଁ ର ପୁଅ ଏଣୁ ତାଙ୍କୁ ସମସ୍ତ ପ୍ରକାର ସାହାଯ୍ୟ କରିବା ସହ ଆଗାମୀ ଦିନରେ ତାଙ୍କ ସହିତ ସମସ୍ତେ ଅଛନ୍ତି ବୋଲି ଗ୍ରାମର ମା ମାଉସୀ ଓ ଗୁରୁଜନ ମାନେ କହିଥିଲେ ।

Comments are closed.