କାର୍ତ୍ତିକ ମାସର ବିଶେଷ ମହତ୍ତ୍ୱ

83

ହିନ୍ଦୁ ଧର୍ମରେ କାର୍ତ୍ତିକ ମାସର ବିଶେଷ ମହତ୍ତ୍ୱ ରହିଛି । କାର୍ତ୍ତିକ ମାସକୁ ପବିତ୍ର ମାସ ମଧ୍ୟ କୁହାଯାଏ । ଧାର୍ମିକ ଦୃଷ୍ଟିକୋଣରୁ ଏହି ମାସର ଅନେକ ମହତ୍ତ୍ୱ ରହିଛି । ଏହି ମାସରେ ଭଗବାନ ବିଷ୍ଣୁ ଓ ମାତା ଲକ୍ଷ୍ମୀଙ୍କ ବିଶେଷ ପୂଜା କରାଯାଏ । ଏହାସହ ଏହି ମାସରେ ତୁଳସୀ ଚଉଁରା ପୂଜାର ମଧ୍ୟ ଅନେକ ମହତ୍ତ୍ୱ ଅଛି । ଏହି ମାସରେ ପବିତ୍ର ନଦୀରେ ସ୍ନାନ ଓ ଦାନ ପୁଣ୍ୟର ମଧ୍ୟ ପରମ୍ପରା ରହିଛି । ପବିତ୍ର ନଦୀରେ ସ୍ନାନ କଲେ ଓ ଦାନ କଲେ ପୁଣ୍ୟ ମିଳିଥାଏ । ସ୍ୱାସ୍ଥ୍ୟ ଦୃଷ୍ଟିକୋଣରୁ ମଧ୍ୟ କାର୍ତ୍ତିକ ମାସ ମହତ୍ତ୍ୱପୂର୍ଣ୍ଣ । ଏହି ମାସରେ ଖାଇବା ପିଇବାର କିଛି ବିଶେଷ ନିୟମ ରହିଛି । ଏହି ମାସରେ କେଉଁ ଜିନିଷ ଖାଇବା ଉଚିତ ଓ କେଉଁ ଜିନିଷଠୁ ଦୁରେଇ ରହିବ ଉଚିତ ତାହା ନିଶ୍ଚୟ ଜାଣିବା ଦରକାର । ଏହାଦ୍ୱାରା ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ହୋଇନଥାଏ । କାର୍ତ୍ତିକ ମାସରେ ମାସ, ମାଂସ ଆଦି ଆମିଷ ସେବନ କରିବା ଭଲ
ନୁହେଁ ବୋଲି କୁହାଯାଏ । ଧାର୍ମିକ ବିଶ୍ୱାସ ଅନୁଯାୟୀ, ଏହି ମାସରେ ଭଗବାନ ବିଷ୍ଣୁ ଜଳରେ ମତ୍ସ୍ୟ ଅବତାରରେ ରୁହନ୍ତି । ସେଥିପାଇଁ ଏହି ମାସରେ ମାଛ ଖାଇବା ଉଚିତ ନୁହେଁ । ବୈଜ୍ଞାନିକ ଦୃଷ୍ଟିକୋଣରୁ ଦେଖିବାକୁ ଗଲେ ଆଷାଢ଼ ମାସରେ ବର୍ଷା ଓ ବନ୍ୟା ଯୋଗୁଁ ଜଳ ଦୂଷିତ ହୋଇଯାଇଥାଏ । ଦୂଷିତ ଜିନିଷ ସେବନ ଦ୍ୱାରା ବ୍ୟକ୍ତି ରୋଗରେ ପୀଡିତ ହୋଇଥାଏ । ଦୂଷିତ ପାଣି ଯୋଗୁଁ ମାଛରେ ମଧ୍ୟ ସଂକ୍ରାମକ ରୋଗ ହେବାର ଆଶଙ୍କା ଥାଏ । ସେଥିପାଇଁ କାର୍ତ୍ତିକ ମାସରେ ମାଛ ଖାଇବା ଉଚିତ ନୁହେଁ ।

କାର୍ତ୍ତିକ ମାସରେ ହରଡ ଓ ଚଣା ଡାଲି ସେବନ କରିବା ମଧ୍ୟ ଲାଭକାରୀ ନୁହେଁ ବୋଲି କୁହାଯାଏ । ଏହି ଡାଲି ସେବନ ଦ୍ୱାରା ପେଟ ସମ୍ବନ୍ଧୀୟ ରୋଗ ହେବାର ଆଶଙ୍କା ଥାଏ । କାର୍ତ୍ତିକ ମାସରେ ଦହି ସେବନ ମଧ୍ୟ କରିବା ଉଚିତ ନୁହେଁ ବୋଲି କୁହାଯାଏ । ଦହି ବଦଳରେ କ୍ଷୀର ସେବନ କରିବା ସ୍ୱାସ୍ଥ୍ୟ ପକ୍ଷେ ହିତକର ହୋଇଥାଏ । କାର୍ତ୍ତିକ ମାସରେ ଥଣ୍ଡା ପାଣି ମଧ୍ୟ ପିଇବା ଉଚିତ ନୁହେଁ । ଏହି ମାସରେ ଥଣ୍ଡା ଦ୍ରବ୍ୟଠୁ ଦୁରେଇ ରହିବା ଉଚିତ । ଏହାଦ୍ୱାରା ସ୍ୱାସ୍ଥ୍ୟ ବିଗିଡ଼ିବାର ସମ୍ଭାବନା ଥାଏ । ଶ୍ୱାସ ରୋଗୀ କାର୍ତ୍ତିକ ମାସରେ ବିଶେଷ ସଚେତନ ରହିବା ଆବଶ୍ୟକ ।

Comments are closed.