ନୂଆ ଭାରିଏଂଟ ସଂକ୍ରମଣ ଭାରତରେ ନଗନ୍ୟ : ଡିଏମଇଟି

68

ଭୁବନେଶ୍ୱର : ଇନ୍ଦୋରରେ ସାତଟି ଓ ମହାରାଷ୍ଟ୍ରରେ କିଛି ନୂଆ ଭ୍ୟାରିଆଂଟ ଚିହ୍ନଟ ହୋଇଛି । ଏହା ୧୦ ପ୍ରତିଶତ ଅଧିକ ସଂକ୍ରମିତ କରିବ । ଡ଼େଲ୍ଟା ପ୍ଲସ ପ୍ରଜାତିର ଏହା ନୂଆ ଭ୍ୟାରିଆଂଟ । ଯଦିଓ ପ୍ରଥମେ ଡିଟେକ୍ଟ ହୋଇଛି ତାକୁ ଭ୍ୟାରିଏଂଟ ଅଫ ଇନଭେଷ୍ଟିଗେସନରେ ରଖାଯାଇଛି । ତାପରେ ଭ୍ୟାରିଏଂଟ ଅଫ ଇେଂଟ୍ରଷ୍ଟ ତାପରେ କନସର୍ଣ୍ଣ । ଭ୍ୟାରିଏଂଟ ଅଫ କନସର୍ଣ୍ଣ ଷ୍ଟେଜ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଘୋଷଣା କରିନାହିଁ । ଏହା ଭ୍ୟାରିଏଂଟ ଅଫ ଇନଭେଷ୍ଟିଗେସନ ୟୁ.କେ ବୋଲି ଘୋଷଣା କରିଛି । ଇଂଲଣ୍ଡରେ ୧୦ ପ୍ରତିଶତ ଲୋକଙ୍କ ପାଖରେ ଦେଖାଯାଉଛି । ଭାରତରେ ଦେଖିଲେ ଏହା ଅତି ନଗଣ୍ୟ । ବ୍ୟସ୍ତ ହେବାର ସମୟ ଆସିନି ବୋଲି ଡିଏମଇଟି ସିବିକେ ମହାନ୍ତି କହିଛନ୍ତି ।

ସେ କହିଛନ୍ତି, ଡବ୍ଲୁ ଏଚ ଓ ଏବଂ ୟୁ କେ ଏଜେନ୍ସି କହୁଛନ୍ତି ମାର୍ଜିନାଲି ଅଧିକ ସଂକ୍ରମଣ କରେ । ଏହା ଅଧିକ ସଂକ୍ରମଣକ୍ଷମ ନା ନାହିଁ ଜଣା ପଡିନି । ଏହା କେତେଦୂର ଅଧିକ ରୋଗାକ୍ରାନ୍ତ କରୁଛି, ତାହା ତଦନ୍ତ ସାପେକ୍ଷ । ଭ୍ୟାରିଏଂଟ ଅଫ ଇନଭେଷ୍ଟିଗେସନ ଅଛି ସମୟ କହିବ କେତେଦୂର ପରିସ୍ଥିତିକୁ ବିଗାଡିବ । ଡେଲଟା ଭାଇରସର ୫୫ ଟି ଉପ ପ୍ରଜାତି ରହିଛି । ତା ଭିତରୁ ଅଳ୍ପକେତୋଟି ଲୋକଲୋଚନକୁ ଆସିଛି । ଜେନୋମିକ ଷ୍ଟଡି ଚାଲିଛି । ନୂଆ ଭାଇରସ ଯେତେବେଳେ ଆସୁଛି ତାହା କେତେ ପ୍ରଭାବ ପକାଉଛି ଜଣାପଡିବ । ଏପର୍ଯ୍ୟନ୍ତ କେତେ ସଂକ୍ରମିତ କରୁଛି ତାହା ସ୍ପଷ୍ଟ ହୋଇନାହିଁ । ଏନେଇ ଅଧିକ ପରୀକ୍ଷାନିରୀକ୍ଷା ଚାଲିଛି । ସମୟ କହିବ । ଏହା ଉପରେ ଆମେ ନଜର ରଖିଛୁ । ୟୁକେରେ ଏହି ନୂଆ ଭ୍ୟାରିଆଂଟ ଦେଖାଦେଇଛି । ବୁଷ୍ଟର ଡୋଜ କିଛି ଦେଶରେ ବରିଷ୍ଠ ଲୋକଙ୍କୁ ଦିଆଯାଇଛି । ଏନେଇ କେନ୍ଦ୍ର ସରକାର କୌଣସି ସ୍ପଷ୍ଟ ନିଷ୍ପତି ନେଇନାହାନ୍ତି ବୋଲି ସେ କହିଛନ୍ତି ।

ସେହିପରି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ର କହିଛନ୍ତି ଯେ ବାଣ ଫୁଟିଲେ ଲଙ୍ଗସକୁ ଇଫେକ୍ଟ କରିବ । ବାଣ ସମ୍ପର୍କରେ ସରକାର ନିଷ୍ପତି ନେବେ । ଭୁବନେଶ୍ୱରରେ କରୋନା ତଳଉପର ହୋଇ ପ୍ଲାଟୋ ଷ୍ଟେଜରେ ରହିଛି । ଟ୍ରାନ୍ସମିସନ ଭଳି ପରିବେଶ ସୃଷ୍ଟି କରିବା ନାହିଁ । ଏବେ ଏଣ୍ଡାମିକ ଷ୍ଟେଜରେ ମାନେ କୋଭିଡ ରହିବ । ବୁଷ୍ଟର ଡୋଜର ଆବଶ୍ୟକତା ରହିଛି, କିନ୍ତୁ ଟେକନିକାଲ କମିଟିର ଷ୍ଟଡି ରିପୋର୍ଟ ଆସିନି ।

Comments are closed.