ମାହାଙ୍ଗା ବ୍ଲକ୍ କୁହୁଣ୍ଡା ଗ୍ରାମପଞ୍ଚାୟତରେ ଶୋକର ଛାୟା, ଗୋଟିଏ ଗାଆଁରୁ ୨ ଜଣଙ୍କ ମୃତ୍ୟୁ

64

ମାହାଙ୍ଗା : ବିରୂପା -ଗେଙ୍ଗୁଟି ଦ୍ବୀପାଞ୍ଚଳ ଅନ୍ତର୍ଗତ କୁହୁଣ୍ଡା ପଞ୍ଚାୟତ କଲ୍ୟାଣପୁର ଗ୍ରାମର ଧର୍ମପ୍ରାଣ ପୁରୁଷ ଦତ୍ତହରି ବେହେରା (୮୨) ଙ୍କର ପରଲୋକ ଘଟିଛି । ଜଣେ ପରୋପକାରୀ, ସଂକୀର୍ତ୍ତନ ପ୍ରେମୀ, ଏବଂ ଗ୍ରାମରେ ଯୁବକସଂଘ ଗଢି ସାମାଜିକ ଓ ସାଂସ୍କୃତିକ କାର୍ଯ୍ୟ କରିବାରେ ଅଗ୍ରଣୀ ଭୂମିକା ନିର୍ବାହ କରିଥିବା ଦତ୍ତହରିଙ୍କ ବିୟୋଗରେ ସ୍ଥାନୀୟ ପଞ୍ଚାୟତରେ ଶୋକରଛାୟା ଖେଳି ଯାଇଛି । ସେହିପରି ସପନେଶ୍ୱର ମହାଦେବ ମନ୍ଦିର ପୂଜକ ସ୍ବର୍ଗତ ପଞ୍ଚାନନ ଦାଶଙ୍କ ଝିଅ ତଥା ମା’ବାଗେଶ୍ୱରୀଙ୍କ ପୂଜକ ବନଗୁରିଆ ଗ୍ରାମର ଅନନ୍ତ ପଣ୍ଡାଙ୍କ ଧର୍ମପତ୍ନୀ ରୁକ୍ମଣୀ ପଣ୍ଡା(୫୮)ଙ୍କ ପରଲୋକ ଘଟିଛି । ଉଭୟ ଦତ୍ତହରି ଏବଂ ରୁକ୍ମଣୀ ଅତ୍ୟନ୍ତ ମେଳାପୀ ଓ ପରୋପକାରୀ ଥିଲେ। ଋକ୍ମଣୀଙ୍କ ଅନ୍ତିମ ସଂସ୍କାର ସ୍ୱର୍ଗଦ୍ୱାରରେ ସମ୍ପନ୍ନ ହୋଇଥିବା ବେଳେ ଦତ୍ତହରିଙ୍କ ମରଦେହକୁ ଶୋଭାଯାତ୍ରାରେ ନିଆଯାଇ ଗ୍ରାମ୍ୟ ସ୍ମଶାନରେ ଦାହ କରାଯାଇଥିଲା ।

ଏହି ଦୁଇ ଦିବଂଗତଙ୍କ ଅମର ଆତ୍ମାର ସଦଗତି ପାଇଁ କୁହୁଣ୍ଡା ପଞ୍ଚାୟତ ପକ୍ଷରୁ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା । ସର୍ବଶ୍ରୀ ଅଖିଳେଶ ମହାନ୍ତି,ରାଧାନାଥ ରାଉତ,ନିହାର ରଞ୍ଜନ ପଣ୍ଡା, ହେମନ୍ତ ପ୍ରଧାନ, ସୁବାଷ ବେହେରା, ଗୟାଧର ସାହୁ,ଅଲେଖ ଦାସ, ରାମଚନ୍ଦ୍ର ମହାପାତ୍ର, ରମାକାନ୍ତ ପଣ୍ଡା, ଗଣେଶ ବିହାରୀ, କଳ୍ପନା ଜେନା,ଲକ୍ଷ୍ମୀଧର ବେହେରା, ରଘୁନାଥ ଜେନା, ସୁଧାଂଶୁ ପାଣି, ରବି ପୃଷ୍ଟି, ମହେଶ୍ୱର ରାଉତ, ନଟବର ମହାନ୍ତି, ଭାଗ୍ୟଧର ମହାନ୍ତି, ମୂଷିବର ପଲେଇ, ଚନ୍ଦ୍ରମଣି ଦାଶ, ରଘୁନାଥ ମହାନ୍ତି, ମୋହନ ଦାଶ, ଭାରତ ଭୂଷଣ ଦାସ,ରବୀନ୍ଦ୍ର ଦାସ, ତ୍ରିଲୋଚନ ବେହେରା, ଅଞ୍ଜନ ବେହେରା, ଅମୂଲ୍ୟ ପଲେଇ, ଶ୍ୟାମସୁନ୍ଦର ପଲେଇ, ଅଫସର ତୁଲ୍ଲା, ମୋହିଉଦ୍ଦିନ ଖାଁ, ସୁନାକର ବେହେରା, ଜଗନ୍ନାଥ ନାୟକ, ଗଜେନ୍ଦ୍ର ସ୍ୱାଇଁ, ଅଚ୍ୟୁତାନନ୍ଦ ସ୍ୱାଇଁ, ନିତ୍ୟାନନ୍ଦ ସାହୁ, ହରିହର ପଣ୍ଡା, ମହେନ୍ଦ୍ର ଦାସ, ଶରତ ବେହେରା, ସୁଶାନ୍ତ ଦାସ, ରଂଜିତ ଦାସ, ଧନେଶ୍ୱର ଦାସ, ଗୋବିନ୍ଦ ସାହୁ, ବାସୁଦେବ ପୃଷ୍ଟି ପ୍ରମୁଖ ଗ୍ରାମର ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇଥିଲେ ।

Comments are closed.