ଜିଲ୍ଲା ମହିଳା ମେଟ୍ରୋନ ମହାସଂଘର ଦାବିପତ୍ର ପ୍ରଦାନ

65

ମାଲକାନଗିରି : ମାଲକାନଗିରି ଜିଲ୍ଲା ମହିଳା ମେଟ୍ରୋନ ମହାସଂଘ ନିଜର ସମସ୍ୟାକୁ ନେଇ ଜିଲ୍ଲା ପିଆଇଟିଡିଏ ଓ ଡିଡବ୍ଲୁଓଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି । ମହିଳା ମେଟ୍ରୋନ ମହାସଂଘର ଦାବି ଅନୁଯାୟୀ ସେମାନେ ଆଜିକୁ ଦୀର୍ଘ ୬ ବର୍ଷରୁ ଉର୍ଦ୍ଧ୍ବ ସମୟ କାର୍ଯ୍ୟ କରି ଆସୁଛନ୍ତି ସତ କିନ୍ତୁ ବହୁତ ଅଭିଯୋଗ ପରେ ମଧ୍ୟ ଜିଲ୍ଲାର ଏହି ମେଟ୍ରୋନ ମାନଙ୍କର ରେଗୁଲାର କରାଯାଉନଥିବା ମହିଳା ମେଟ୍ରୋନ ମହାସଂଘ ଅଭିଯୋଗ କରିଛନ୍ତି । ଏଥିସହିତ ବିଭିନ୍ନ କ୍ଷେତ୍ରରେ ଏହି ମେଟ୍ରୋନ ମାନଙ୍କୁ ଅବହେଳା କରାଯାଉଛି ବୋଲି କହିଥିବା ସହ କିଛି କିଛି ବିଦ୍ୟାଳୟରେ ମଧ୍ୟ ମେଟ୍ରୋନ ମାନଙ୍କର ରହିବା ନିମନ୍ତେ କୌଣସି କ୍ୱାଟରସ୍ ପ୍ରଦାନ କରାଯାଉନଥିବା ଅଭିଯୋଗ କରିଥିଲେ । ୨୪ ଘଣ୍ଟିଆ ସେବା ପ୍ରଦାନ କଲା ପରେ ମଧ୍ୟ ନିଜର ମାସିକ ଦରମାକୁ ନେଇ ଅସନ୍ତୋଷ ପ୍ରକାଶ କରିଥିବା ମତ ରଖିଥିଲେ । ଗତ କିଛିଦିନ ତଳେ ରାଜ୍ୟ ସରକାରଙ୍କ ଦ୍ୱାରା ଅନୁସୂଚିତ ଜାତି ଓ ଜନଜାତି ବିକାଶ ବିଭାଗ ଦ୍ଵାରା ଏକ ଚିଠି ମାଧ୍ୟମରେ ସମସ୍ତ ଜିଲ୍ଲାର ଉଚ୍ଚ ବିଦ୍ୟାଳୟ ଓ ବାଳିକା ଉଚ୍ଚ ବିଦ୍ୟାଳୟ ଗୁଡିକରେ କାର୍ଯ୍ୟ କରୁଥିବା କଣ୍ଟ୍ରାକଚୁଆଲ ଶିକ୍ଷକ ଓ ଅନ୍ୟ କର୍ମଚାରୀ ଯେଉଁମାନେ ୬ ବର୍ଷରୁ ଉର୍ଦ୍ଧ୍ବ କାର୍ଯ୍ୟ କରିଛନ୍ତି ସେମାନଙ୍କୁ ରେଗୁଲାରରେ ପରିଣତ କରିବା ନିମନ୍ତେ ସରକାରଙ୍କ ପକ୍ଷରୁ ଚିଠି ଜାରି ହୋଇଥିଲେ ମଧ୍ୟ ଏଯାଏଁ ଜିଲ୍ଲାର କୌଣସି ମେଟ୍ରୋନ ମାନଙ୍କର ସ୍ଥାୟୀ ନିଯୁକ୍ତି ଉପରେ ଧ୍ୟାନ ଦିଆଯାଉନଥିବା ଅଭିଯୋଗ କରିଛନ୍ତି । ତେଣୁ ଉକ୍ତ ସମସ୍ୟାକୁ ନେଇ ମହିଳା ମେଟ୍ରୋନ ମହାସଂଘର ସଭାପତି, ସମ୍ପାଦକ ଓ କୋଷାଧ୍ୟକ୍ଷ ଜିଲ୍ଲା ପିଆଇଟିଡିଏ କ୍ଷୀରାଵ୍ଧି ବେହେରା ଓ ଡିଡବ୍ଲୁଓ କୃପାସିନ୍ଧୁ ବେହେରାଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଥିବା ବେଳେ ବିହୀତ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି । ତେବେ ଆଗାମୀ ଦିନରେ ଯଦି ସେମାନଙ୍କର ସମସ୍ୟାର ସମାଧାନ ନ ହୁଏ ତା ହେଲେ ମହିଳା ମେଟ୍ରୋନ ମହାସଂଘ ଆନ୍ଦୋଳନକୁ ଓଲ୍ହାଇବ ବୋଲି ଚେତାବନୀ ଦେଇଛନ୍ତି ।

Comments are closed.