ମାହାଙ୍ଗା ବ୍ଲକ୍ କୋଳିଅଠା ଗ୍ରାମପଞ୍ଚାୟତରୁ ୩୦ରୁ ଉର୍ଦ୍ଧ ବିରୋଧି ଦଳକୁ ଛାଡି ବିଜେଡି ଦଳରେ ମିଶିଲେ

68

ମାହାଙ୍ଗା : ମାହାଙ୍ଗା ନିର୍ବାଚନ ମଣ୍ଡଳୀର ଲଢ଼ୁଆ ନେତା ତଥା ବିଧାୟକ ଓ ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରତାପ ଜେନାଙ୍କ କାର୍ଯ୍ୟ ପ୍ରଣାଳୀରେ ଅନୁପ୍ରାଣିତ ହୋଇ ଆଜି ମାହାଙ୍ଗା ବ୍ଲକ କୋଳିଅଠା ପଞ୍ଚାୟତରୁ ୩୦ ଜଣରୁ ଉର୍ଦ୍ଧ ବିରୋଧୀ ବିଜେପି ଓ କଂଗ୍ରସ ଦଳର କର୍ମୀ ତାଙ୍କ ନିଜ ଦଳ ପରିତ୍ୟାଗ କରି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ଶାସନ ନୀତି ଆଦର୍ଶ ଓ ମାନ୍ୟବର ବିଧାୟକ ତଥା ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରତାପ ଜେନାଙ୍କ ଦୃଢ ନେତୃତ୍ୱ ଓ ମାହାଙ୍ଗା ବ୍ଲକ ବିକାଶ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ମନ୍ତ୍ରୀଙ୍କ ମାହାଙ୍ଗା ବାସଭବନ ଠାରେ ଆନୁଷ୍ଠାନିକ ଭାବେ ବିଜୁ ଜନତା ଦଳରେ ଯୋଗଦାନ କଲେ । ଏଠାରେ ମନ୍ତ୍ରୀ ଶ୍ରୀଯୁକ୍ତ ଜେନା ସମସ୍ତଙ୍କୁ ପୁଷ୍ପ ଗୁଚ୍ଛ ଦେଇ ସ୍ବାଗତ ସମର୍ଦ୍ଧନା ଜଣାଇଥିଲେ ।

Comments are closed.