ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

65

ବଲାଙ୍ଗିର : ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ଥାନା ଅନ୍ତର୍ଗତ ଦେବନ୍ଧପଡାରେ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ନେଇ ସ୍ଥାନୀୟ ଅଞ୍ଚଳରେ ତୀଵ୍ର ଉତେଜନା ମୟ ପରିସ୍ଥିତି ସୃଷ୍ଟି ହୋଇଛି ।

ସୂଚନା ଅନୁଯାୟୀ, ମଙ୍ଗଳବାର ଅପରାହ୍ନ ପ୍ରାୟ ୫ ଟା ସମୟରେ ଉକ୍ତ ଦେବନ୍ଧ ପଡା ନିବାସୀ ପୂର୍ଣ୍ଣମୀ ସିନ୍ଦରିୟାଙ୍କ କହିବାନୁଯାୟୀ, ବଜାରକୁ ଯାଇ ସେ ଫେରିଥିବା ବେଳେ ତାଙ୍କ ପୁଅ ସଞ୍ଜୟ ସିନ୍ଦରିୟା (୨୬) ବେକରେ ଫାସ ଲାଗି ଝୁଲନ୍ତା ଅବସ୍ଥାରେ ଥିବା ଦେଖିଥିଲେ । ମୃତ ସଞ୍ଜୟ ଦିନ ପ୍ରାୟ ୧ ଟା ପର୍ଯ୍ୟନ୍ତ ସ୍ୱାଭାବିକ ଭାବରେ ରହିଥିବା ସ୍ଥାନୀୟ ଲୋକଙ୍କ ଠାରୁ ସୂଚନା ମିଳିଛି । ମୃତ ସଞ୍ଜୟଙ୍କୁ ନିକଟସ୍ଥ ସୁଶୀଲ ତ୍ରିପାଠୀ ନାମକ ଜଣେ ସ୍ବେଚ୍ଛାସେବୀ ମଧ୍ୟ ଦେଖିଥିବା ଓ ପ୍ରତିଦିନ ପରି ସେ କଥା ହୋଇ ଚାଲି ଯାଇଥିଲେ ବୋଲି କହିଛନ୍ତି । ଅପରାହ୍ନ ପ୍ରାୟ ୪ ଟା ସମୟରେ ବଜାରକୁ ଯାଇ ଫେରିବା ପରେ ମୃତକଙ୍କ ମାଆ ଏହା ଦେଖିଥିଲେ ଓ ସ୍ଥାନୀୟ ଲୋକେ ଏ ସମ୍ପର୍କରେ ପୋଲିସକୁ ସୂଚନା ଦେଇଥିଲେ । ଟିଟିଲାଗଡ଼ ପୋଲିସ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତି ଅନୁଧ୍ୟାନ କରିଥିବା ବେଳେ ପାରିପାର୍ଶ୍ବିକ ସ୍ଥିତିର ତଦନ୍ତ କରିଛି । ହେଲେ ଉକ୍ତ ଅଞ୍ଚଳର ଲୋକେ ଶବକୁ ଫାଶରୁ ଖୋଲିଦେଇ ଶବ ଅନ୍ୟତ୍ର ନେଇ ଯିବାକୁ କହିଥିଲେ । ଏ ନେଇ ଉତେଜନା ମୟ ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରିଛି ପୋଲିସ । ମୃତ ଯୁବକ ଆତ୍ମହତ୍ୟା କରିଛନ୍ତି ନା ଅନ୍ୟ କିଛି କାରଣ ରହିଛି ସେ ନେଇ ତଦନ୍ତ ପରେ ସୂଚନା ଦେବେ ବୋଲି ପୋଲିସ କହିଛି । ମୃତ ସଞ୍ଜୟଙ୍କ ବାପା ଦୀର୍ଘ ବର୍ଷ ହେବ ନିଖୋଜ ଥିବା ବେଳେ ଏହି ଏକ ମାତ୍ର ପୁଅ ସହ ତାଙ୍କ ମା ରହୁଥିଲେ ।

Comments are closed.