ନଭେମ୍ବର ୧ରୁ ପୁରୀବାସୀ ଶ୍ରୀମନ୍ଦିରକୁ ପଶ୍ଚିମ ଦ୍ଵାରରେ ପ୍ରବେଶ କରିପାରିବେ

63

ପୁରୀ : ପୁରୀ ସହର ବାସୀ ଶ୍ରୀମନ୍ଦିର ଭିତରକୁ ଶ୍ରୀମନ୍ଦିରର ପଶ୍ଚିମ ଦ୍ୱାର ଦେଇ ପ୍ରବେଶ କରିପାରିବେ । ମହାପ୍ରସାଦ ମଧ୍ୟ ପୁରୀ ସହର ବାସୀ ପଶ୍ଚିମ ଦ୍ୱାର ଦେଇ ଆଣି ପାରିବେ । ତେବେ କୋଭିଡ ଗାଇଡ଼ ଲାଇନ ଅନୁଯାୟୀ, ଡବଲ ଡୋଜ ଟୀକା ସାର୍ଟିଫିକେଟ କିମ୍ବା ଆରଟିପିସିଆର ନେଗେଟିଭ ରିପୋର୍ଟ ସହିତ ଆଧାର କାର୍ଡ ଦେଖାଇ ପ୍ରବେଶ କରିପାରିବେ । ନଭେମ୍ବର ୧ ତାରିଖରୁ ଏହି ନିୟମ ଲାଗୁ ହେବ । ପୂର୍ବରୁ ପୁରୀ ସହର ବାସୀ କେବଳ ଶ୍ରୀମନ୍ଦିର ସିଂହଦ୍ୱାର ଦେଇ ପ୍ରବେଶ କରୁଥିଲେ । ବାହାରୁ ଆସୁଥିବା ଭକ୍ତଙ୍କ ସହ ମିଶି ଲାଇନରେ ଯିବାର ନିୟମ ଥିବାରୁ ପ୍ରତିଦିନ ମହାପ୍ରଭୁଙ୍କ ଦର୍ଶନ ଓ ମହା ପ୍ରସାଦ ଆଣିବା ପାଇଁ ପୁରୀ ବାସିନ୍ଦାଙ୍କୁ ଦିର୍ଘ ସମୟ ଧରି ଅପେକ୍ଷା କରିବାକୁ ପଡୁଥିଲା । ଏହାକୁ ନେଇ ପୁରୀ ସହର ବାସୀଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହୋଇଥିଲା । ବିଭିନ୍ନ ସଂଗଠନ ପକ୍ଷରୁ ଦାବି ପରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଆଜି ଏହି ଦାବି ସମ୍ପର୍କରେ ବୈଠକ ଡ଼କାଯାଇ ଥିଲା । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ଼ଃ. କ୍ରିଷନ କୁମାର ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟଙ୍କ ସହିତ ଅ।ଲୋଚନା ପରେ ଏ ନେଇ ବୈଠକରେ ନିଷ୍ପତି ନିଆଯାଇଛି । ଏହି ନୂଅ। ନିୟମ ଅନୁଯାୟୀ, ଶ୍ରୀମନ୍ଦିରକୁ ପଶ୍ଚିମ ଦ୍ୱାର ଦେଇ ନଭେମ୍ବର ୧ ତାରିଖରୁ ପୁରୀ ସହର ବାସୀ ପ୍ରବେଶ କରି ପାରିବେ ।

Comments are closed.