ବରିଷ୍ଠ ପଥର କାରିଗର ଦ୍ଵାରିକାନାଥଙ୍କ ମୃତ୍ୟରେ ଶୋକ

68

ମାହାଙ୍ଗା : ନିଶ୍ଚିନ୍ତକୋଇଲି ବ୍ଲକ ସରପଡା ଗ୍ରାମ ପଂଚାୟତ ସାଧୁପୁର ଗ୍ରାମର ରସାନନ୍ଦ ଦାସଙ୍କ ପୁତ୍ର ତଥା ବରିଷ୍ଠ ପଥର କାରିଗର ଦ୍ଵାରିକାନାଥ ଦାସଙ୍କ ୮୫ ବର୍ଷ ବୟସରେ ପରଲୋକ ହୋଇଯାଇଛି । ପଥର, ନିଆଣ ମାଧ୍ୟମରେ ସ୍ଥାନୀୟ ଅଞ୍ଚଳରେ ଜଣେ ଜଣାଶୁଣା କାରିଗର ଭାବେ ବିଭିନ୍ନ ପଥର ମୃତ୍ତି ତିଆରି କରି ସମସ୍ତଙ୍କ ମନ ଜିଣିପାରୁଥିଲେ ଦ୍ଵାରିକାନାଥ । ଏପରିକି ଦ୍ଵାରିକାନାଥ ଜଣେ ମିଷ୍ଟଭାଷୀ, ମେଳାପୀ, ପରୋପକାରୀ, ସ୍ନେହୀ ମଣିଷ ଭାବରେ ପରିଚିତ ଥିଲେ । ବରିଷ୍ଠ ପୁତ୍ର ଜଗନ୍ନାଥ ଦାସ ମୁଖାଗ୍ନି ଦେଇଥିଲାବେଳେ ମୃତ୍ୟୁ ଶଯ୍ୟା ନିକଟରେ ପୁତ୍ର ଦେବେନ୍ଦ୍ରନାଥ ଦାସ, ଲକ୍ଷ୍ମୀନାରାୟଣ ଦାସ, ଶୁଭେନ୍ଦୁଶେଖର ଦାସ, ଝିଅ, ଜ୍ୱାଇଁ, ନାତି, ନାତୁଣୀ, ଅତ୍ମୀୟସ୍ଵଜନ ଓ ଗ୍ରାମବାସୀମାନେ ଉପସ୍ଥିତ ଥିଲେ । ତାଙ୍କର ମୃତ୍ୟୁ ଖବର ପାଇ ରାଜ୍ୟ ପଂଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା, ନିଶ୍ଚିନ୍ତକୋଇଲି ବ୍ଲକ ଅଧକ୍ଷା ସବିତା ଓଝା, ବ୍ଲକ ବିଜେଡି ଉପସଭାପତି ଅଶୋକ କୁମାର ଓଝା, ସରପଡା ପଂଚାୟତ ବିଜେଡି ଉପସଭାପତି ତପନ ଦାଶ, ସମିତିସଭ୍ୟ ବିବେକାନନ୍ଦ ଆଚାର୍ଯ୍ୟ, ବିଜେଡି ନେତା ପ୍ରମୋଦ ସ୍ୱାଇଁଙ୍କ ସମେତ ବହୁ ବରିଷ୍ଟ ନାଗରିକ ଶୋକ ସନ୍ତପ୍ତ ପରିବାରବର୍ଗଙ୍କୁ ଗଭୀର ସମବେଦନା ଜଣାଇବା ସହ ସ୍ବର୍ଗତ ଦ୍ଵାରିକାନାଥ ଦାସଙ୍କ ଆତ୍ମାର ସଦଗତି କାମନା ପାଇଁ ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି । ତେବେ ଏଭଳି ଏକ ଦୁଃଖଦ ଖବର ସ୍ଥାନୀୟ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି ।

Comments are closed.