ମାନସିକ ରୋଗଗ୍ରସ୍ତ ଯୁବତୀ ନିଖୋଜ ଥାନାରେ ଏତଲା ଦେଲେ ପରିବାର ଲୋକେ

74

ଟିଟିଲାଗଡ : ଟିଟିଲାଗଡ ପୌରପରିଷଦ ଅନ୍ତର୍ଗତ ସ୍ଵାଧୀନ ପଡ଼ା ନିବାସୀ ହିତ ସାହୁ ଓ ହେମଲତା ସାହୁଙ୍କ କନିଷ୍ଠ ଝିଅ ବବିତା ସାହୁ (ରୂପା) ନିଖୋଜ ଥିବା ନେଇ ପରିବାର ଲୋକେ ଟିଟିଲାଗଡ ଥାନାରେ ଏତଲା ଦେଇଛନ୍ତି । ବବିତାଙ୍କ ବୟସ ପାଖାପାଖି ୨୦ ବର୍ଷ ହୋଇଥିବା ବେଳେ ସେ ମାନସିକ ରୋଗଗ୍ରସ୍ତ ବୋଲି ତାଙ୍କ ପିତା ଟିଟିଲାଗଡ ଥାନାରେ ଦେଇଥିବା ଏତଲାରେ ଉଲ୍ଲେଖ କରିଛନ୍ତି । ଦୀର୍ଘ ୧୦ ବର୍ଷରୁ ଉର୍ଦ୍ଧ୍ବ ଧରି ବବିତା ତାଙ୍କ ମାଙ୍କ ସହ ସ୍ଵାଧୀନ ପଡ଼ାରେ ରହୁଥିବା ବେଳେ କାଲି ଅର୍ଥାତ ବୁଧବାର ଦିନ ୧୨ ଟାରୁ କୁଆଡେ ଚାଲିଯାଇଥିବା ତାଙ୍କ ପିତା କହିଛନ୍ତି । ଯଦି କେହି ସହୃଦୟ ବ୍ୟକ୍ତି ତାଙ୍କୁ ଦେଖନ୍ତି ତାହେଲେ ଟିଟିଲାଗଡ଼ ଥାନାରେ କିମ୍ବା ତାଙ୍କ ପରିବାର ଲୋକଙ୍କୁ ଖବର ଦେବା ପାଇଁ ଅନୁରୋଧ କରିଛନ୍ତି । ଗତ କାଲି ଠାରୁ ସେ ନିଖୋଜ ଥିବା ସୂଚନା ମିଳିଛି ।

Comments are closed.