୨୦୨୨ ରେ ପଂଚାୟତ ନିର୍ବାଚନ

71

ଭୁବନେଶ୍ୱର : ୨୦୨୨ ରେ ହେବ ପଂଚାୟତ ନିର୍ବାଚନ । ସେଥିପାଇଁ ରାଜ୍ୟନିର୍ବାଚନ କମିଶନଙ୍କ ତତ୍ୱାବଧନାରେ ପ୍ରସ୍ତୁତି ଜାରି ରହିଛି । କେନ୍ଦ୍ର ନିର୍ବାଚନ କମିଶନ ଜାନୁଆରୀ ୧, ୨୦୨୧ ସୁଦ୍ଧା ଭୋଟର ଲିଷ୍ଟ ପ୍ରଦାନ କରିସାରିଛନ୍ତି । ଏହି ଭୋଟର ତାଲିକା ସଂଶୋଧନ ହେବା ପୂର୍ବରୁ ଆସନ୍ତା ୬ ତାରିଖରେ ସର୍ବଦଳୀୟ ବୈଠକ ଡକାଯାଇଛି । ସର୍ବଦଳୀୟ ବୈଠକରେ ଭୋଟର ତାଲିକା ସଂଶୋଧନ ନେଇ ଆଲୋଚନା ହେବ । ଧାର୍ଯ୍ୟ ତାରିଖ ଅନୁସାରେ ଜିଲ୍ଲାମାନେ ସେମାନଙ୍କର ସଂରକ୍ଷଣ ତାଲିକା ପ୍ରଦାନ କରିବେ ବୋଲି ରାଜ୍ୟ ନିର୍ବାଚନ କମିଶନ ଆଦିତ୍ୟ ପାଢ଼ୀ ସୂଚନା ଦେଇଛନ୍ତି ।

Comments are closed.