ଇଡ଼କୋରେ କନିଷ୍ଠ ,ସହାୟକ ପରିଚାଳକ ନିଯୁକ୍ତି ଆବେଦନ ନଭେମ୍ବର ୯ ଯାଏଁ ବଢିଲା

67

ଭୁବନେଶ୍ୱର : ଇଡ଼କୋରେ କନିଷ୍ଠ ଏବଂ ସହାୟକ ପରିଚାଳକ ପଦବୀରେ ନିଯୁକ୍ତି ପାଇଁ ଆବେଦନ କରିବାର ଶେଷ ତାରିଖ ୯ ନଭେମ୍ବର ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଉକ୍ତ ପଦବୀ ଗୁଡିକରେ ପ୍ରାର୍ଥୀ ମାନଙ୍କର ଦରଖାସ୍ତ ଆବେଦନର ଶେଷ ତାରିଖ ୩୦ ଅକ୍ଟୋବର ଥିଲା । ଏଥିପାଇଁ ଇଡ଼କୋ ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ଇଡକୋ ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ, ଡଃ କ୍ରିଷନ କୁମାରଙ୍କ ଅଧ୍ୟକ୍ଷତାରେ ଗତକାଲି ନିଯୁକ୍ତି ପ୍ରକ୍ରିୟା ନେଇ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା । ଉକ୍ତ ବୈଠକରେ ଏହି ନିଷ୍ପତି ନିଆଯାଇଛି ।

ଇତି ମଧ୍ୟରେ,ଇଲେକ୍ଟ୍ରିକାଲ ଏବଂ ସିଭିଲବିଭାଗରେ ଖାଲିଥିବା ମୋଟ୍ ୨୬ ଗୋଟି ଉପ-ପରିଚାଳକ ପଦବୀ ନିମନ୍ତେ ଗେଟ୍ (ଜିଏଟିଇ) ସ୍କୋର ମାଧ୍ୟମରେ ପ୍ରାର୍ଥୀ ଚୟନ ପ୍ରକ୍ରିୟା ତ୍ୱରିତ ଭାବରେ ବର୍ତମାନ ଅନ୍ତିମପର୍ଯ୍ୟାୟରେ ପହଂଚିଛି ।ଏହାର ଚୂଡାନ୍ତ ମନୋନୀତ ପ୍ରାର୍ଥୀ ତାଲିକା ବିଭିନ୍ନ ସମ୍ବାଦପତ୍ର ଗୁଡିକରେ ପ୍ରକାଶିତ ହେବା ସହ, ଇଡ଼କୋ ୱେବସାଇଟରେ ମଧ୍ୟ ଉପଲବ୍ଧ ଅଛି ଏବଂଆଗାମୀ ମାସ ଶେଷ ସୁଦ୍ଧା ମନୋନୀତ ପ୍ରାର୍ଥୀ ମାନଙ୍କୁ ନିଯୁକ୍ତି ପତ୍ର ପ୍ରଦାନର ବ୍ୟବସ୍ଥା କରାଯିବ । ଏତଦବ୍ୟତୀତ ୨୮ ସେପ୍େଟମ୍ବର ରେ ୨୩ ଜଣ କନିଷ୍ଠ ପରିଚାଳକ (ସିଭିଲ/ ପି.ଏଚ.), ୮ ଜଣ କନିଷ୍ଠ ପରିଚାଳକ (ଇଲେକ୍ଟ୍ରିକାଲ) ଏବଂ ୧୪ ଜଣ ସହାୟକ ପରିଚାଳକ (ପ୍ରଶାସନ/ ଏମ.ଏସ.ଏମ.ଇ.) ଆଦି ମୋଟ ୪୫ ଗୋଟି ଖାଲିଥିବା ପଦବୀ ନିମନ୍ତେ ବିଭିନ୍ନ ଦୈନିକ ସମ୍ବାଦପତ୍ର ଗୁଡିକରେ ବିଧିବଦ୍ଧ ଭାବରେ ବିଜ୍ଞାପନ ପ୍ରକାଶ ପାଇଥିଲା ।

ଏହି ସମ୍ବନ୍ଧୀୟ ସବିଶେଷ ତଥ୍ୟ / ସୂଚନା ଇଡ଼କୋ ୱେବସାଇଟ ଡବ୍ଲୁଡବ୍ଲୁଡବ୍ଲୁ.ଇଡକୋ.ଇନ୍ ର ରିକ୍ୟୁରମେଂଟ ବିଭାଗରେ ଉପଲବ୍ଧ ଅଛି ।

Comments are closed.