ଟିଟିଲାଗଡରେ ଓରଟେଲ ସେବା ବ୍ୟାହତ – ଗ୍ରାହକ ଅଶାନ୍ତି ବୃଦ୍ଧି

70

ଟିଟିଲାଗଡ : ଲୋକ ନିଜର ମନୋରଞ୍ଜନ ପାଇଁ କିଏ କେଉଁ ପ୍ରକାରରେ ସମୟ ଅତିବାହିତ କରିଥାନ୍ତି, ତନ୍ମଧ୍ୟରୁ ଟିଭି ଦେଖିବା ଅନ୍ୟତମ । ଟିଭିରେ ନିଜ ଇଚ୍ଛା ମୁତାବକ କେବୁଲ ସଂଯୋଗ ବି କରିଥାନ୍ତି । କିଏ ଡିଟିଏଚ, କିଏ ଏୟାରଟେଲ, ଟାଟାସ୍କାଏ, ଜିଓ ତ କିଏ ଓରଟେଲ ସେବା ଉପରେ ନିର୍ଭର କରିଥାନ୍ତି । ଟିଟିଲାଗଡରେ ଓରଟେଲ କେବୁଲ ନେଟୱର୍କ ଲୋକଙ୍କୁ ସେବା ଦେବାରେ ବିଫଳ ରହିଛି । ମାସକୁ ମାସ ଟଙ୍କା ନେଉଥିବା ବେଳେ କିଛି ଦିନ ହେବ ସେବା ଦେଇ ପାରୁନାହିଁ । ଲୋକ ଯେଉଁମାନେ ଏହି ଓରଟେଲ ସେବା ଭଲ ଦେବ ବୋଲି ବିଶ୍ୱାସରେ ଲଗେଇଲେ ସେମାନେ ଆଜି ଭୁଲ କଲୁକି ବୋଲି ଭାବୁଛନ୍ତି । ଭଲ ସେବା ନ ଯୋଗାଇ ଏମିତି ସେବା ବ୍ୟାହତ ଯୋଗୁଁ ଲୋକ ଅଲଗା କେବୁଲ ଲଗାଇବା ପାଇଁ ଚର୍ଚ୍ଚା କରୁଥିବା ଶୁଣିବାକୁ ମିଳୁଛି । କଣ ପାଇଁ ଏମିତି ଅସୁବିଧା ହେଉଛି କି ସେବା ଦେବାରେ ବ୍ୟାଘାତ କଣ ପାଇଁ ହେଉଛି କମ୍ପାନୀ ପକ୍ଷରୁ ନ କହିବା ଲୋକଙ୍କ ବିଶ୍ୱାସରେ ବିଶ୍ୱାସଘାତ ସଦୃଶ ହୋଇପଡିଛି । ପରିଚାଳନା କମିଟି ଏ ଦିଗରେ ତୁରନ୍ତ ହସ୍ତକ୍ଷେପ କରି ଲୋକଙ୍କ ସମସ୍ୟାର ସମାଧାନ ଦିଗରେ କାମ କଲେ ଲୋକ ଖୁସି ହେବା ସହ ଜନସାଧାରଣଙ୍କ ବିଶ୍ବାସ ପୁଣି ଫେରି ପାଇବ ।

Comments are closed.