ଛେଳିଗଡ଼ ଜଳବିଦ୍ୟୁତ ପ୍ରକଳ୍ପର ଟନେଲ କାର୍ଯ୍ୟ ବୁଲିଦେଖିଲେ ବିଭାଗର ଅତିରିକ୍ତ ମୁଖ୍ୟଯନ୍ତ୍ରୀ

0 88

ଗଜପତି : ଗଜପତି ଜିଲ୍ଲା ଆର. ଉଦୟଗିରି ବ୍ଲକ ଅନ୍ତର୍ଗତ ଛେଳିଗଡ଼ ମଧ୍ୟମ ଜଳବିଦ୍ୟୁତ ପ୍ରକଳ୍ପର ଟନେଲ କାର୍ଯ୍ୟ ଆରମ୍ଭ ହୋଇଛି । ଦୀର୍ଘ ବର୍ଷ ପରେ ଏହି ପ୍ରକଳ୍ପର କାର୍ଯ୍ୟ ଆରମ୍ଭ ହୋଇଥିବାରୁ ଏହି ପ୍ରକଳ୍ପ କାର୍ଯ୍ୟ ପରିଦର୍ଶନରେ ଦୈନିକ ରାଜ ନେତାଠାରୁ ଆରମ୍ଭ କରି ରାଜ୍ୟର ବଡ଼ ବଡ଼ ଅଧିକାରୀଙ୍କ ସମେତ ବିଭାଗୀୟ ଅଧିକାରୀ ମାନେ ମଧ୍ୟ ପରିଦର୍ଶନରେ ଆସୁଥିବା ଦେଖିବାକୁ ମିଳୁଛି । ଏହି ପ୍ରକଳ୍ପ କାର୍ଯ୍ୟ ୧୯୮୫ମସିହାରେ ନକ୍ସା ପ୍ରସ୍ତୁତ ହୋଇଥିବା ବେଳେ ବର୍ତ୍ତମାନ ଏହା କାର୍ଯ୍ୟ ଆରମ୍ଭ ହୋଇଛି । ଏହି ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହୋଇଥିବାରୁ ଅଞ୍ଚଳ ବାସୀ ଖୁସି ଥିବା ଅନୁଭବ ହେଉଛି । ଏହି ପ୍ରକଳ୍ପ କାର୍ଯ୍ୟ ଶେଷ ହେବା ପରେ ଏହି ଅଞ୍ଚଳର ଜୀବନ ଜୀବିକା ଅନେକାଂଶରେ ସୁଧାର ଆସିବ ବୋଲି ଜଣାପଡିଛି । ପାନୀୟ ଜଳ ଠାରୁ ଆରମ୍ଭ କରି ଚାଷ ଜମିକୁ ଜଳ ଯୋଗାଇବା ସହ ବିଦ୍ୟୁତ ମଧ୍ୟ ଉତ୍ପାଦନ ହେବ ବୋଲି ଅଟକଳ କରାଯାଇଛି । ପ୍ରକଳ୍ପର ମୁଖ୍ୟ ପ୍ରଥମ କାର୍ଯ୍ୟ ଟନେଲ ଆରମ୍ଭ ହୋଇଛି । ଏହି କାର୍ଯ୍ୟକୁ ଓଡିଶା ନିର୍ମାଣ ନିଗମ ଟେଣ୍ଡର ନେଇଥିବା ବେଳେ ଏହି ସଂସ୍ଥା ଠାରୁ ହାଇଦ୍ରାବାଦର ଶାରଳା ପ୍ରୋଜେକ୍ଟ ଏହି ଟନେଲ କାର୍ଯ୍ୟ କରିବା ନିମନ୍ତେ ଓଡ଼ିଶା ନିର୍ମାଣ ନିଗମ ସହ ଚୁକ୍ତି ସ୍ଵାକ୍ଷର କରି କାର୍ଯ୍ୟ ଆରମ୍ଭ କରିଛି । ଏହି ଟନେଲ କାର୍ଯ୍ୟକୁ ଦେଖିବା ସହ କିପରି ଠିକାଦାର କରୁଛି ପରିଦର୍ଶନ କରିଛନ୍ତି ବିଭାଗୀୟ ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ଇ. ସଞ୍ଜୟ କୁମାର ମଲ୍ଲିକ ଗଜପତି । ଏହି ଅଧିକାରୀଙ୍କ ସହ ଛେଳିଗଡ଼ ପ୍ରକଳ୍ପ ଅଧିକ୍ଷଣ ଯନ୍ତ୍ରୀ ଇ. ନଗେନ୍ଦ୍ର ନାଥ ମହାରଣା ଏବଂ ସ୍ଥାନୀୟ ଅଧିକାରୀ ସହକାରୀ ଯନ୍ତ୍ରୀ ଏବଂପ୍ରକଳ୍ପ କାର୍ଯ୍ୟ କରୁଥିବା ଠିକା ସଂସ୍ଥାର କର୍ମଚାରୀ ଉପସ୍ଥିତ ରହି ଟନେଲ କାର୍ଯ୍ୟ ଯେପରି ସୁରୁଖୁରୁରେ ହେବ ବୈଷୟିକ ଜ୍ଞାନ ପ୍ରକଳ୍ପ କାର୍ୟ୍ଯ କରୁଥିବା କର୍ମଚାରୀଙ୍କୁ ପ୍ରଦାନ କରିଥିଲେ ।

Leave A Reply

Your email address will not be published.