ନା ଅଛି ଘର ନା କମ୍ବଳ, ଶୀତରେ ଥରୁଛନ୍ତି ଆଫଗାନବାସୀ : ବିଶ୍ୱ ସମୁଦାୟକୁ ସାହାଯ୍ୟ ମାଗିଲା ତାଲିବାନ

59

କାବୁଲ : ଶୀତ ଦିନ ପାଇଁ ଚିନ୍ତାରେ ତାଲିବାନ । ତାଲିବାନର ସମସ୍ୟା ବଢିବାରେ ଲାଗିଛି । କିଛି ଦିନ ପରେ ଅନେକ ସ୍ଥାନରେ ତାପମାତ୍ରା ୦ ତଳକୁ ଖସି ଆସିବ । ଦେଶକୁ ଚଳାଇବା ପାଇଁ ତାଲିବାନ ପାଖରେ ଟଙ୍କାର ଅଭାବ । ଲୋକଙ୍କ ଦାରିଦ୍ର୍ୟତା ବି ସୀମା ଟପିଛି । ଘର ବାହାରେ ରହୁଛନ୍ତି । ଖାଇବା ପିଇବାକୁ ପାଉନାହାଁନ୍ତି । କଣ କେମିତି ଦେଶକୁ ଚଳାଇବ ବାଟ ପାଉନି ଆତଙ୍କବାଦୀ ସଙ୍ଗଠନ । ଦେଶକୁ ବନ୍ଧୁକ ମୁନରେ ଦଖଲ କରିଥିବା ତାଲିବାନ ସରକାର ଚଳାଇବାକୁ ଅଲଫିଟ୍ । କିପରି ସରକାର ଚଳାଯାଏ ତାହା ଜାଣିପାରୁନି ତାଲିବାନ । ଗୋଟିଏ ପଟେ ଦେଶର ଜନତାଙ୍କ ଉପରେ ଅତ୍ୟାଚର ବଢିଛି ଅନ୍ୟପଟେ ଅନ୍ତରାଷ୍ଟ୍ରୀୟ ସମୁଦାୟ ଆଫଗାନିସ୍ତାନକୁ ପ୍ରଦାନ କରୁଥିବା ଆର୍ଥିକ ସହାୟତା ଉପରେ ରୋକ ଲଗାଇଛନ୍ତି । ଯାହାକୁ ପୁଣି ଥରେ ଦେଶକୁ ପ୍ରଦାନ କରିବାକୁ ଅନୁରୋଧ କରିଛି ତାଲିବାନ ।

ତାଲିବାନ ପ୍ରବକ୍ତା ସୁହେଲ ଶାହିନ୍ କହିଛନ୍ତି ଯେ, ଦେଶରେ ଶୀତ ପଡିଲାଣି । ଅନ୍ତରାଷ୍ଟ୍ରୀୟ ସମୁଦାୟ ଅତିଶୀଘ୍ର ସାହାଯ୍ୟ କରନ୍ତୁ । ଆଉ କିଛି ଦିନ ପରେ ଶୀତର ପରିମାଣ ଅଧିକ ରହିବ । ଆଗାମୀ ଜି୨୦ ସମ୍ମିଳନୀରେ ଅନ୍ୟ ଦେଶମାନେ ଆଫଗାନିସ୍ତାନର ଦାରିଦ୍ର୍ୟ, ଦୁର୍ବଳ ବର୍ଗଙ୍କ ପାଇଁ କିଛି ସହଯୋଗ କରନ୍ତୁ । ଏହାସହ ୧ ବିଲିୟନ ଡଲାର ପ୍ରଦାନ କରିବାକୁ ସେ ଅନୁରୋଧ କରିଛନ୍ତି । ସେ ଆହୁରି କହିଛନ୍ତି ଯେ, ଆଫଗାନ ସରକାର ଏଜେନ୍ସି ଓ ସରକାରୀ ସଙ୍ଗଠନ ମାଧ୍ୟମରେ ତଳସ୍ତରରେ ଲୋକଙ୍କୁ ସାହାଯ୍ୟ କରିବ । ଏହାସହ ୧୦ ବିଲିୟନ ସମ୍ପତ୍ତି ଉପରେ ଅନ୍ତରାଷ୍ଟ୍ରୀୟ ସମୁଦାୟ ଲଗାଇଥିବା ପ୍ରତିବନ୍ଧକ ହଟାଇବା ଉଚିତ । ଏହାସହ ଦେଶରେ ବିଭିତ୍ତ ପ୍ରକଳ୍ପକୁ ପୁଣି ଆରମ୍ଭ କରିବା ପାଇଁ ସେ ନିବେଦନ କରିଛନ୍ତି । ସୂଚନାଯୋଗ୍ୟ, ତାଲିବାନ ସରକାର ଆସିବା ପରେ ଲୋକେ ଦୁସ୍ଥିତିରେ ଗତି କରୁଛନ୍ତି । ଖାଇବା ପିଇବାକୁ ପାଉ ନାହାଁନ୍ତି । ଶୀତର ମୁକାବିଲା ପାଇଁ ପୋଷାକ ବି ନାହିଁ । ଏପରିକି ଅନେକଙ୍କ ଘର ଦ୍ୱାରା ନଥିବାରୁ ଖୋଲା ଆକାଶ ତଳେ ରହୁଛନ୍ତି ।

Comments are closed.