ମନ୍ତ୍ରୀ ପ୍ରତାପ ଜେନା ଅସୁସ୍ଥ : ଭୁବନେଶ୍ୱର ଏୟାର ଲିଫ୍ଟିଂ କରାଯିବ

70

କନ୍ଧମାଳ : ଚାରି ଦିନିଆ କନ୍ଧମାଳ ଗସ୍ତରେ ଆସିଥିବା ପଚାଂୟତିରାଜ ମନ୍ତ୍ରୀ ପ୍ରତାପ ଜେନାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହୋଇପଡିଛି । ଆଜି ତାଙ୍କର ଚକାପାଦ ବ୍ଲକ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଥିବା ବେଳେ ଅତ୍ୟଧିକ ଜ୍ୱର, ଉଚ୍ଚ ରକ୍ତଚାପ ଏବଂ ଅତ୍ୟଧିକ କଫ ଯୋଗୁଁ ସେ ନିଶ୍ୱାସ ନେବାରେ କଷ୍ଟ ଅନୁଭବ କରୁଛନ୍ତି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଫୁଲବାଣୀରୁ ଡ଼ାକ୍ତର ଉତ୍ପଲକେଶରୀ ବେହେରାଙ୍କ ନେତୃତ୍ୱରେ ଏକ ଡାକ୍ତରୀ ଦଳ ପହଂଚି ଫୁଲବାଣୀ ସର୍କିଟ୍ ହାଉସ୍ ଠାରେ ତାଙ୍କର ଚିକିତ୍ସା କରୁଛନ୍ତି ।

ସେଠାରେ ଅନ୍ୟମାନଙ୍କ ମଧ୍ୟରେ କନ୍ଧମାଳ ଜିଲ୍ଲାପାଳ ଡଃ. ବୃନ୍ଦା ଡିଙ୍କ ସମେତ ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଅଛନ୍ତି । ତେବେ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ଭୁବନେଶ୍ୱର ଏୟାର ଲିଫ୍ଟିଂ କରାଯିବା ନେଇ ପ୍ରସ୍ତୁତି ଚାଲିଥିବା ସୂଚନା ମିଳିଛି ।

Comments are closed.