ଟିଟିଲାଗଡରେ ରାଜ୍ୟସ୍ତରୀୟ ଯୁଡୋ ପ୍ରତିଯୋଗିତା ଉଦଯାପନୀ ସନ୍ଧ୍ୟାରେ ଯୋଗଦେଲେ ମନ୍ତ୍ରୀ ଶ୍ରୀମତି ଟୁକୁନି ସାହୁ

68

ଟିଟିଲାଗଡ : ବଲାଙ୍ଗୀର ଜିଲ୍ଲା ଯୁଡୋ ଆସୋସିଏସନ ତରଫରୁ ଟିଟିଲାଗଡ଼ ମହାବୀର ପଞ୍ଚାୟତି ଧର୍ମଶାଳାରେ ୨୯ ତାରିଖରୁ ତିନିଦିନ ଧରି ଚାଲିଥିବା ପ୍ରତିଯୋଗୀତା ରବିବାର ସନ୍ଧ୍ୟାରେ ଉଦଯାପିତ ହୋଇଯାଇଛି ।ଏହି ପ୍ରତିଯୋଗିତାରେ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ପ୍ରତିଯୋଗୀମାନେ ଅଂଶ ଗ୍ରହଣ କରିଥିଲେ । ଆଜିର ଉଦଯାପନୀ ଅବସରରେ ମୁଖ୍ୟ ଅତିଥି ଭାବେ ଟିଟିଲାଗଡ଼ର ବିଧାୟିକା ତଥା ମନ୍ତ୍ରୀ ଶ୍ରୀମତି ଟୁକୁନି ସାହୁ ଯୋଗ ଦେଇଥିଲେ । ପ୍ରଥମେ ଭଗବାନଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ କରି ଦ୍ଵିପ ପ୍ରଜ୍ଜ୍ୱଳନ କରିଥିଲେ । ମୁଖ୍ୟ ଅତିଥିଙ୍କୁ ଯୁଡୋ ଛାତ୍ର ଛାତ୍ରୀ ଖେଳ ବିଷୟରେ ଡେମୋ ଦେଖାଇଥିଲେ, ଏହି ଅବସରରେ ମୁଖ୍ୟ ଅତିଥି ନାରୀ ମାନଙ୍କୁ ଏହି ଶିକ୍ଷା ନିଜର ଆତ୍ମରକ୍ଷା ପାଇଁ ବହୁତ କାମ ଦେବା ସହ ନିଜର ଶରୀର ସୁସ୍ଥ ମଧ୍ଯ ରଖିବାର ଭଲ ସାଧନ ବୋଲି କହିବା ସହ ଏଠାରୁ ଯେଉଁ ମାନେ ଜାତୀୟସ୍ତରକୁ ଖେଳି ଯିବେ ନିଜ ରାଜ୍ୟର ନାଁ କୁ ଆଗକୁ ନେବା ସହ କୃତିତ୍ଵ ଅର୍ଜନ କରି ଆମ ରାଜ୍ୟକୁ ଗର୍ବ।ନ୍ଵିତ କରାଇବେ ବୋଲି ମୋର ଆଶା ଓ ବିଶ୍ବାସ ବୋଲି କହିଥିଲେ। ବଲାଙ୍ଗିର ଜିଲ୍ଲା ଯୁଡୋ ଆସୋସିଏସନ ତରଫରୁ ଆୟୋଜିତ ଏହି ପ୍ରତିଯୋଗିତାରେ ଅନ୍ତର୍ଦେଶୀୟ ଯୁଡୋ ରେଫରି ଶ୍ରୀମତି ଗୀତାଞ୍ଜଳି ପଣ୍ଡାଙ୍କ ଭୂମିକା ଅଧିକ ଥିବା ବେଳେ ଆୟୋଜକ ଆସୋସିଏସନର ସଭାପତି ଗୋବିନ୍ଦ ଜୈନ, ସମ୍ପାଦକ ଦେବେନ୍ଦ୍ର ଜୈନ, ଉପଦେଷ୍ଟା ପ୍ରେମ ଜୈନ, କୋଷାଧ୍ୟକ୍ଷ କେଦାର କବାଟ, ସହ ସମ୍ପାଦକ ପ୍ରକାଶ ପୁରୋହିତ, ଏକଜିକ୍ୟୁଟିଭ ମେମ୍ବର ଆନନ୍ଦଜୈନ, ହେମନ୍ତ କୁମାର ଦର୍ଜୀ, ଯି ମଧୁଦାସ, ଜିତେନ୍ଦ୍ର ପୃଷ୍ଟୀ, ରାମ ଚନ୍ଦ୍ର ସାହୁ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।

Comments are closed.