ଦୀପାବଳି ପରେ ଖୋଲିବ ଷଷ୍ଠ ଓ ସପ୍ତମ ଶ୍ରେଣୀ, ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଦେଲେ ସୁଚନା

72

ଭୁବନେଶ୍ୱର : ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ବୁଧବାର ଦିନ କହିଛନ୍ତି ଯେ ଟିକାକରଣ ପରେ ସଂକ୍ରମଣ କମ ହେଉଥିବାରୁ ସରକାର ପର୍ଯ୍ୟାୟକ୍ରମେ ସ୍କୁଲ ଖୋଲିବା ନେଇ ଚିନ୍ତା କରୁଛନ୍ତି । ଦୀପାବଳି ପରେ ଷଷ୍ଠ ଓ ସପ୍ତମ ଶ୍ରେଣୀ ପିଲାଙ୍କ ପାଇଁ ସ୍କୁଲ ଖୋଲିବ ବୋଲି ସେ କହିଛନ୍ତି ।

ସେ କହିଛନ୍ତି ଯେ କେବେ ଖୋଲିବ ସେ ନେଇ ବିଚାରବିମର୍ଶ ଚାଲିଛି । ଦୀପାବଳି ପରେ ଷଷ୍ଠ ଓ ସପ୍ତମ ଶ୍ରେଣୀ ପିଲାଙ୍କ ପାଇଁ ଖୋଲିବା ନେଇ ବିଚାର କରାଯାଉଛି । ପର୍ଯ୍ୟାୟକ୍ରମେ ପ୍ରଥମରୁ ପଂଚମ ଶ୍ରେଣୀ ପାଠପଢ଼ା ପାଇଁ ସ୍କୁଲ ଖୋଲିବ ।

Comments are closed.