ବିଜେପି ପକ୍ଷରୁ ୧୨ ଘଣ୍ଟିଆ କୁଚିଣ୍ଡା ବନ୍ଦ

79

ସମ୍ବଲପୁର : ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କୁଚିଣ୍ଡା ଗସ୍ତ ଅବସରରେ ଅନ୍ୟ ଜିଲ୍ଲାରୁ ଆସିଥିବା ଶାସକ ବିଜୁ ଜନତା ଦଳର କର୍ମୀଙ୍କ ଗୁଣ୍ଡାରାଜ ବିରୁଦ୍ଧରେ କୁଚିଣ୍ଡା ବିଜେପି ପକ୍ଷରୁ ଆଜି ସକାଳ ୬ ଟାରୁ ସଂନ୍ଧ୍ୟା ୬ଟା ପର୍ଯ୍ୟନ୍ତ ୧୨ ଘଣ୍ଟିଆ କୁଚିଣ୍ଡା ବନ୍ଦ ପାଳନ କରାଯାଉଛି । ଏହାର ପ୍ରଭାବରେ ଦୋକାନବଜାର ଓ ବେସରକାରୀ ପ୍ରତିଷ୍ଠାନ ବନ୍ଦ ରହିଛି । ଯାନବାହନ ଚଳାଚଳ ମଧ୍ୟ ବନ୍ଦ ରହିଛି । ତେବେ ଆମ୍ବୁଲାନ୍ସ ସେବା ସମେତ ଅନ୍ୟାନ୍ୟ ସମସ୍ତ ପ୍ରକାର ଜରୁରୀକାଳୀନ ସେବାକୁ ଏଥିରୁ ବାଦ୍ ଦିଆଯାଇଛି ।

Comments are closed.