ଓଡିଶା ବନ୍ଦ ପାଇଁ ସରକାରୀ କାର୍ଯ୍ୟାଳୟରେ ବଢିଲା ସୁରକ୍ଷା

58

ଭୁବନେଶ୍ୱର : ଆସନ୍ତାକାଲି (ଶୁକ୍ରବାର) କଂଗ୍ରେସ ପକ୍ଷରୁ ଶିକ୍ଷୟତ୍ରୀ ମମିତା ମେହେର ହତ୍ୟାକାଣ୍ଡ ଘଟଣାରେ ୬ ଘଂଟିଆ ଓଡିଶା ବନ୍ଦ ଡାକରା ଦିଆଯାଇଛି । ଏହି ପରିପ୍ରେକ୍ଷୀରେ ଭୁବନେଶ୍ୱର ସ୍ଥିତ ଲୋକସେବା ଭବନ ଓ ଖାରବେଳ ଭବନରେ ସୁରକ୍ଷା ବଢାଯାଇଛି । ବନ୍ଦ ପାଇଁ ଲୋକସେବା ଭବନ , ଖାରବେଳ ଭବନ , ରାଜୀବ ଭବନ ଓ ବିଭାଗୀୟ ମୁଖ୍ୟ ଦପ୍ତରର କର୍ମଚାରୀମାନଙ୍କୁ ୯ଟା ୩୦ ମଧ୍ୟରେ ଅଫିସ୍ ରେ ପହଂଚିବାକୁ କୁହାଯାଇଛି । ଏସମ୍ପର୍କରେ ରାଜ୍ୟ ସରକାରଙ୍କ ସ୍ୱତନ୍ତ୍ର ସଚିବ ସନ୍ତୋଷ ବାଲା ସମସ୍ତ ଅତିରିକ୍ତ ମୁଖ୍ୟ ଶାସନ ସଚିବ , ପ୍ରମୁଖ ସଚିବ ଓ ସ୍ୱତନ୍ତ୍ର ସଚିବମାନଙ୍କୁ ଚିଠି ଲେଖି ଆବଶ୍ୟକ ପଦକ୍ଷେପ ନେବାକୁ ଜଣାଇଛନ୍ତି ।

ଲୋକସେବା ଭବନର ମୁଖ୍ୟ ଗେଟ୍ ସକାଳ ୧୦ଟା ୧୫ ଟା ସୁଦ୍ଧା ବନ୍ଦ ହୋଇଯିବ । ସମସ୍ତ ଯାତାୟତ ପଛ ଗେଟ୍ ଦେଇ ହେବ । ପ୍ରବେଶ ପାଇଁ ପରିଚୟ ପତ୍ର ଓ କାର୍ ପାସ୍ ବାଧ୍ୟତାମୂଳକ ହେବ । ଏଥିସହ ଭିଜିଟରସ୍ ମାନେ କାର୍ଯ୍ୟାଳୟ ମଧ୍ୟକୁ ପ୍ରବେଶ କରିପାରିବେ ନାହିଁ ।

Comments are closed.