ଅଁଳାନବମୀ ଓ ବଡଏକାଦଶୀ ପାଇଁ ସାକ୍ଷୀଗୋପାଳ ମନ୍ଦିର ଚାରିପଟ ୧୪୪ ଧାରା ଜାରି

60

ପୁରୀ : ଆସନ୍ତା ୧୨ ଓ ୧୫ ତାରିଖରେ ସାକ୍ଷୀଗୋପାଳସ୍ଥିତ ଶ୍ରୀ ଶ୍ରୀ ଗୋପିନାଥ ଦେବ ମନ୍ଦିର ପରିସରରେ ୧୪୪ ଧାରା ଜାରି କରାଯିବ । ଆସନ୍ତା ୧୨ ତାରିଖରେ ଅଁଳା ନବମୀରେ ରାଧା ପାଦ ଦର୍ଶନ ଓ ୧୫ ତାରିଖରେ ବଡ ଏକାଦଶୀ ପୂଜା ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼ ହେବା ଏବଂ କରୋନା ବ୍ୟାପିବା ଆଶଙ୍କା ଥିବାରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି କଟକଣା ଜାରି କରାଯାଇଛି । ଉକ୍ତ ଦିନ ଗୁଡିକରେ ଭୋର୍ ୪ ଟା ଠାରୁ ରାତ୍ର ୧୧ ଘଟିକା ପର୍ଯ୍ୟନ୍ତ କଟକଣା ବଳବତ୍ତର ରହିବ । ଉପ ଜିଲ୍ଲାପାଳ ଶ୍ରୀ ଭବତାରଣ ସାହୁ ଏହି ନିର୍ଦ୍ଦେଶନାମା ଜାରି କରିଛନ୍ତି । ନିର୍ଦ୍ଦିଷ୍ଟ ସେବାୟତଙ୍କ ଉପସ୍ଥିତିରେ ନୀତିକାନ୍ତି ସମାପନ ହେବ । କେବଳ ସ୍ବୀକୃତିପ୍ରାପ୍ତ ବ୍ୟକ୍ତି ବିଶେଷ ମାନଙ୍କୁ ପ୍ରବେଶାନୁମତି ରହିବ । ମନ୍ଦିର ପରିସରରେ ଭିଡ଼ ନହେବା ସୁନିଶ୍ଚିତ କରିବା ପାଇଁ ମନ୍ଦିର କମିଟିକୁ ପରାମର୍ଶ ଦିଆଯାଇଛି ।

Comments are closed.