ଘରୋଇ ଉପାୟରେ ବଢ଼ାନ୍ତୁ ସ୍ମରଣ ଶକ୍ତି

78

ବହୁତ ସମୟରେ କମ ବୟସରୁ ଲୋକେ କଥା, ଜିନିଷ, କାମ କରିବା ଭୁଲିଯାଆନ୍ତି । ଏହି ସମସ୍ୟା ସ୍ମରଣ ଶକ୍ତି କମ ପାଇଁ ହୋଇଥାଏ । ଶରୀରରେ କୌଣସି ଆଘାତ, ରୋଗ କିମ୍ବା ପୋଷକ ତତ୍ୱ କମ ଥିଲେ ଏହି ସମସ୍ୟା ଦେଖାଦିଏ । ଜାଣନ୍ତୁ କିଛି ଘରୋଇ ତରିକା ଯାହାକୁ ଆପଣାଇ ଆପଣ ଏହି ସ୍ମରଣ ଶକ୍ତି ହୀନତା ସମସ୍ୟାରୁ ମୁକ୍ତି ପାଇପାରିବେ ।

ଶେଓ – ଆପଣଙ୍କ ସ୍ମରଣ ଶକ୍ତି ବଢ଼ାଇବାରେ ଶେଓ ସାହାଯ୍ୟ କରେ । ଏଥିରେ କ୍ୟୁରୋସିଟେନ ନାମକ ଆଣ୍ଟି ଅକ୍ସିଡାଣ୍ଟ ଥାଏ ଯାହାକି ମସ୍ତିଷ୍କ କୋଷିକାକୁ ନଷ୍ଟ ହେବାରୁ ବଞ୍ଚାଏ । ମସ୍ତିଷ୍କ କୋଷିକା ନଷ୍ଟ ହେଲେ ବୌଦ୍ଧିକ କ୍ଷମତା କମିଯାଏ । ଶେଓ ବୌଦ୍ଧିକ କ୍ଷମତା ଠିକ ରଖିବାରେ ସାହାଯ୍ୟ କରେ । ଏହା ପାର୍କିଂସନ ଓ ଅଲଜାଇମର ଭଳି ରୋଗ ହେବାର ସମ୍ଭାବନାକୁ କମାଇଦିଏ ।

ମାଛତେଲ – ମାଛତେଲ ସପ୍ଲିମେଣ୍ଟ ଆପଣଙ୍କ ସ୍ମରଣ ଶକ୍ତି ବଢ଼ାଇବାରେ ସାହାଯ୍ୟ କରେ । ମାଛ ତେଲରେ ଓମେଗା ୩ ଫେଟି ଏସିଡ, ଇକୋ ସପେଣ୍ଟେନୋଇକ ଏସିଡ ଥାଏ । ଏହା ଶରୀରର ଫ୍ୟାଟ, ଚିନ୍ତା କମାଇବା ଓ ସ୍ମୃତି ଶକ୍ତି ବଢ଼ାଇବାରେ ସାହାଯ୍ୟ କରେ ।

ବ୍ରାହ୍ମି – ବ୍ରାହ୍ମି ସ୍ମରଣ ଶକ୍ତିକୁ ବଢ଼ାଇବା ଓ ବୌଦ୍ଧିକ କ୍ଷମତାରେ ସୁଧାର ଆଣିବାରେ ସାହାଯ୍ୟ କରେ । ସ୍ମରଣ ଶକ୍ତିକୁ ଶକ୍ତିକୁ ସୁସ୍ଥ ରଖିବାରେ ଏହା ପ୍ରମୁଖ ଭୂମିକା ନିଭାଏ । ବ୍ରାହ୍ମିରେ ବୈକୋସାଇଟ ଓ ସିଟଗ୍ମୋଷ୍ଟେରୋଲ ଭଳି ବାୟୋ ଏକ୍ଟିଭ ତତ୍ୱଥାଏ । ଯାହାକି ମସ୍ତିଷ୍କର କାର୍ଯ୍ୟ କରିବାର କ୍ଷମତା ରେ ସୁଧାର ଆଣିଥାଏ ।

ଶଙ୍ଖପୁଷ୍ପି – ଶଙ୍ଖପୁଷ୍ପି ଜଡ଼ିବୁଟିରେ ବହୁତ ଆଣ୍ଟି ଅକ୍ସିଡାଣ୍ଟ ତତ୍ୱ ଥାଏ । ଏହାର ବ୍ୟବହାର ଚିନ୍ତା, ଅନିଦ୍ରା ଓ ଏଙ୍ଗଜାଇଟି ଚିକିତ୍ସାରେ କରାଯାଏ । ଏହା ସ୍ମରଣ ଶକ୍ତିକୁ ବଢ଼ାଇବାରେ ରାମବାଣ ଭଳି କାମ କରେ । ଏହା ମସ୍ତିଷ୍କର କୋଷିକା ମାନଙ୍କ ଭିତରେ ସମ୍ବନ୍ଧ ବଢ଼ାଇଥାଏ । ଯାହା ଫଳରେ ମସ୍ତିଷ୍କ କାର୍ଯ୍ୟରେ ସୁଧାର ଆସିଥାଏ ।

Comments are closed.