ଆସନ୍ତାକାଲି ସାକ୍ଷୀଗୋପାଳଙ୍କ ବଡ଼ ଏକାଦଶୀ

65

ସାକ୍ଷିଗୋପାଳ : ଆସନ୍ତାକାଲି କାର୍ତିକ ମାସର ବଡ଼ ଏକାଦଶୀ । ଏହି ଅବସରରେ ସାକ୍ଷୀଗୋପୀନାଥଙ୍କ ପୀଠରେ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥାଏ । ହେଲେ ଚଳିତ ବର୍ଷ ମଧ୍ୟ ପୂର୍ବ ବର୍ଷ ଭଳି ଭକ୍ତ ସମାଗମ ଉପରେ ରୋକ୍ ଲଗାଇବା ପାଇଁ ପ୍ରଶାସନ ପକ୍ଷରୁ ମନ୍ଦିର ଚର୍ତୁପାଶ୍ୱର୍ରେ ୧୪୪ ଧାରା ଜାରୀ କରାଯାଇଛି । ଏହି ବିଶେଷ ଦିନରେ ଶ୍ରୀ ରାଧାକୃଷ୍ଣ ଭକ୍ତଙ୍କୁ ଲକ୍ଷ୍ମୀନାରାୟଣ ବେଶରେ ଦର୍ଶନ ଦେଇଥାନ୍ତି । ଶ୍ରଦ୍ଧାଳୁମାନେ ନିଜର ମନବାଞ୍ଛା ପୂର୍ଣ୍ଣ ପାଇଁ ରାଧାକୃଷ୍ଣଙ୍କୁ ଚୁଡ଼ାଘଷା ଭୋଗ ଲାଗି କରିବାର ପରମ୍ପରା ରହିଛି ।

ଆସନ୍ତା କାଲି ଭୋର୍ ୪ ଟା ଠାରୁ ରାତ୍ର ୧୧ ଟା ପର୍ଯ୍ୟନ୍ତ ୧୪୪ ଧାରା କଟକଣା ବଳବତର ରହିବ । ଏହି ସମୟରେ କେବଳ ସ୍ୱୀକୃତିପ୍ରାପ୍ତ ବ୍ୟକ୍ତି ବିଶେଷ ମାନଙ୍କୁ ମନ୍ଦିର ପ୍ରବେଶର ଅନୁମତି ରହିଛି । ନିର୍ଦ୍ଦିଷ୍ଟ ସେବାୟତଙ୍କ ଉପସ୍ଥିତିରେ ସାକ୍ଷୀଗୋପୀନାଥଙ୍କ ପୂଜାର୍ଚ୍ଚନା ସହ ସମସ୍ତ ନୀତିକାନ୍ତି କରାଯିବ । ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ମନ୍ଦିର ଚର୍ତୁପାଶ୍ୱର୍ରେ ବ୍ୟାପକ ପୋଲିସ ମୁତୟନ କରାଯାଇଛି ।

Comments are closed.