ଟିଟିଲାଗଡ଼ ଲାୟନ୍ସ କ୍ଲବ ତରଫରୁ ପିସ ପୋଷ୍ଟର ପ୍ରତିଯୋଗିତା ଅନୁଷ୍ଠିତ

68

ଟିଟିଲାଗଡ଼ : ବିଶ୍ଵ ଶାନ୍ତିର ବାର୍ତ୍ତା ଦେବା ପାଇଁ ପ୍ରତି ବର୍ଷ ଲାୟନ୍ସ କ୍ଲବ ପକ୍ଷରୁ ପିସ ପୋଷ୍ଟର ପ୍ରତିଯୋଗିତା କରାଯାଇଥାଏ । ଏହି ପରିପ୍ରେକ୍ଷୀରେ ଟିଟିଲାଗଡ଼ ଲାୟନ୍ସ କ୍ଲବ ତରଫରୁ ସ୍ଥାନୀୟ ଗୋବିନ୍ଦ ବାଟିକା ଠାରେ ଅନୁଷ୍ଠିତ ହୋଇଯାଇଛି, ଏହି ପ୍ରତିଯୋଗିତାରେ ସହରର ପାଞ୍ଚୋଟି ସ୍କୁଲର ୪୫ ଜଣ ଛାତ୍ରଛାତ୍ରୀ ମାନେ ଅଂଶ ଗ୍ରହଣ କରିଥିଲେ । ପ୍ରଥମେ ଚିତ୍ରାଙ୍କନ, ପ୍ରବନ୍ଧ, ଡିବେଟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ଯେଉଁଥିର ବିଷୟବସ୍ତୁ ଥିଲା ‘ We ARE ALL CONNECTED’ । ବିଚାରପତି ଭାବେ ରାଜିବ ଲୋଚନ ପାଢ଼ୀ, ବ୍ରହ୍ମାନନ୍ଦ ପୁହାଣ, ସୁଧୀର ମେହେର ଥିଲେ। ଅପରାହ୍ନରେ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରଯାଇଥିଲା। ଚିତ୍ରାଙ୍କନ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଆଦିତ୍ୟରଞ୍ଜନ, ଦ୍ୱିତୀୟ ସ୍ଥାନ ସ୍ଵପ୍ନା ରାଣୀ ବେହେରା, ତୃତୀୟ ସ୍ଥାନ ଅନ୍ୱେଷା ମହାନ୍ତି, ବକ୍ତୃତାରେ ପ୍ରଥମ ସ୍ଥାନ ପ୍ରୀତି ପ୍ରତୀକ୍ଷା ସୁନା, ଦ୍ୱିତୀୟ ସ୍ଥାନ ଅନନ୍ୟ। ସ୍ୱାଇ, ତୃତୀୟ ସ୍ଥାନ ଭକ୍ତି ଦେବଦର୍ଶିନି, ସେହିପରି ପ୍ରବନ୍ଧ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ସାଇନି ଚୌଧୁରୀ, ଦ୍ଵିତୀୟ ସ୍ଥାନ ପ୍ରଗଳ୍ଭ ପୁରୋହିତ, ତୃତୀୟ ସ୍ଥାନ ଭକ୍ତି ଦେବ ଦର୍ଶିନି ଗ୍ରହଣ କରିଛନ୍ତି। ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିବାରେ କ୍ଲବ ସଭାପତି ଦୀପକ ପୃଷ୍ଟିଙ୍କ ସହ ସମ୍ପାଦକ ଆଶୀର୍ବାଦ ମହାପାତ୍ର, ମଦନ ମୋହନ ପୃଷ୍ଟି, ସଞ୍ଜୟ କୁମାର ନାୟକ, ଭି ଶ୍ରୀନିବାସନ ରାଓ, ଲିଙ୍ଗରାଜ ସାହୁ, ପ୍ରଭାସ ସାହୁ, ଶ୍ରୀମତି ବିନ୍ଦୁ ସାହୁ, ରାମ ଗୋପାଳ ଚୌଧୁରୀ, ସନ୍ତୋଷ ମହାନ୍ତି, ଲିଓ କ୍ଲବର ସମ୍ପାଦକ ସ୍ୱରୂପ ସାହୁ, ଆଶୁତୋଷ ମିଶ୍ର, ୟସ ପଣ୍ଡା, ଶଙ୍କର ପ୍ରଧାନ ପ୍ରମୁଖ ସହଯୋଗ କରିଥିଲେ ।

Comments are closed.