ଏଥର ୬୭୯୪ ପଞ୍ଚାୟତରେ ନିର୍ବାଚନ

64

ଭୁବନେଶ୍ୱର : ୨୦୨୨ରେ ୬ହଜାର ୭୯୪ଟି ପଞ୍ଚାୟତରେ ହେବ ନିର୍ବାଚନ । ୨୦୧୭ ତୁଳନାରେ ଚଳିତଥର ୭ଟି କମ୍ ପଞ୍ଚାୟତରେ ନିର୍ବାଚନ ହେବ । ଏହି ୭ଟି ପଞ୍ଚାୟତ ବିଭିନ୍ନ ଏନ୍ଏସିରେ ବିଲୀନ ହୋଇଥିବାରୁ ସେସବୁରେ ଏଥର ପଞ୍ଚାୟତ ନିର୍ବାଚନ କରାଯିବ ନାହିଁ ବୋଲି ରାଜ୍ୟ ନିର୍ବାଚନ କମିଶନ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି । ୨୦୧୭ରେ ୬ ହଜାର ୮୦୧ଟି ପଞ୍ଚାୟତରେ ନିର୍ବାଚନ ହୋଇଥିଲା । ବାଲେଶ୍ୱର ରେମୁଣା ଏନ୍ଏସିରେ ୪ଟି, ନୟାଗଡ଼ର ଓଡ଼ଙ୍ଗାରେ ୨ଟି ଓ ବରଗଡ଼ ଜିଲ୍ଲାର ବିଜେପୁରରେ ଗୋଟିଏ ପଞ୍ଚାୟତ ଏନ୍ଏସିରେ ସାମିଲ ହୋଇଛି । ଏଣୁ ଏସବୁ ପଞ୍ଚାୟତରେ ନିର୍ବାଚନ କରାଯିବ ନାହିଁ । ସେହିପରି ୧୧୧ଟି ୱାର୍ଡରେ ୱାର୍ଡମେମ୍ବର ପଦ ପାଇଁ ନିର୍ବାଚନ ହେବନାହିଁ । ଗତଥର ୯୨ହଜାର ୨୭ଟି ୱାର୍ଡରେ ନିର୍ବାଚନ ହୋଇଥିଲା ବେଳେ ଏଥର ୯୧ ହଜାର ୯୧୬ଟି ୱାର୍ଡରେ ମତଦାନ ହେବ । ସେହି ଅନୁସାରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ମହିଳାଙ୍କ ପାଇଁ ୪୯ ହଜାର ୪୬୯ଟି ୱାର୍ଡମେମ୍ବର ପଦ ସଂରକ୍ଷିତ ରଖାଯାଇଛି । ପଛୁଆ ବର୍ଗଙ୍କ ପାଇଁ ୧୨ ହଜାର ୩୧ଟି ୱାର୍ଡ ସଂରକ୍ଷିତ ରଖାଯାଇଛି ।

ଅନ୍ୟପକ୍ଷରେ ୬ ହଜାର ୭୯୪ ପଞ୍ଚାୟତ ମଧ୍ୟରୁ ୩୫୦୦ଟି ମହିଳାଙ୍କ ପାଇଁ ଓ ଓବିସିଙ୍କ ପାଇଁ ୭୭୮ଟି ଆସନ ସଂରକ୍ଷିତ ରହିଛି । ୩୫୩୮ଟି ସମିତି ସଭ୍ୟ ପଦ ମହିଳାଙ୍କ ପାଇଁ ସଂରକ୍ଷିତ ରଖାଯାଇଥିବା ବେଳେ ଓବିସି ପାଇଁ ୯୧୩ଟି ସିଟ୍ ସଂରକ୍ଷିତ ରହିଛି ।

Comments are closed.