ଏକାସାଙ୍ଗରେ ଦୁଇ ଦୁଇଟି ଲଘୁଚାପ, ଲାକ୍ଷାଦ୍ୱୀପରେ ପ୍ରବଳ ବର୍ଷା: ଓଡ଼ିଶାକୁ ନାହିଁ ବିପଦ

69

ନୂଆଦିଲ୍ଲୀ/ଭୁବନେଶ୍ୱର : ଏକାସାଙ୍ଗରେ ଦୁଇ ଦୁଇଟି ଲଘୁଚାପ । ଗୋଟିଏ ବଙ୍ଗୋପସାଗରରେ ସକ୍ରିୟ ଥିବା ବେଳେ ଆଉ ଗୋଟିଏ ଆରବ ସାଗରରେ ସୃଷ୍ଟି ହୋଇଛି । ବଙ୍ଗୋପସାଗରରେ ଥିବା ଲଘୁଚାପ ଧୀରେ ଧୀରେ ପଶ୍ଚିମ ଦିଗରେ ଗତି କରି ୧୮ ତାରିଖ ବେଳକୁ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଓ ଉତ୍ତର ତାମିଲନାଡୁ ଉପକୂଳ ଛୁଇଁବ । ତେବେ ଏହାର ପ୍ରଭାବ ପଡ଼ିବ ନାହିଁ । ଅନ୍ୟପକ୍ଷରେ ଆରବ ସାଗରରେ ସୃଷ୍ଟ ଲଘୁଚାପ କର୍ଣ୍ଣାଟକ ଉପକୂଳରେ ସକ୍ରିୟ ରହିଛି । ଏହା କ୍ରମଶଃ ପଶ୍ଚିମ ଦିଗରେ ଗତିକରି ଆଗାମୀ ୪୮ ଘଣ୍ଟାରେ ସଦୃଶ୍ୟ କ୍ଷେତ୍ରରେ ପରିଣତ ହେବ । ଆନ୍ତର୍ଜାତୀୟ ପାଣିପାଗ ବିଜ୍ଞାନୀ ଜାସନ୍ ନିଲୋକସ୍ଙ୍କ ମତରେ ଆରବ ସାଗରରେ ସୃଷ୍ଟ ଲଘୁଚାପର ପ୍ରଭାବ ଭାରତ ଉପରେ ପଡ଼ିବ ନାହିଁ । କିନ୍ତୁ ଲାକ୍ଷାଦ୍ୱୀପରେ ପ୍ରବଳ ବର୍ଷ । ହେବ ବୋଲି ସେ ପୂର୍ବାନୁମାନ କରିଛନ୍ତି । ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପର ପ୍ରଭାବ ଓଡ଼ିଶାରେ ଉପରେ ପଡ଼ିବ ନାହିଁ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯିବା ସହିତ ଆଗାମୀ ୨୪ ଘଣ୍ଟାରେ ଦକ୍ଷିଣ ଉପକୂଳ ଜିଲ୍ଲାର କିଛି ଜିଲ୍ଲାରେ ହାଲକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ଏଥିସହିତ ଉପକୂଳ ଓଡ଼ିଶା ତଥା କିଛି ଆଭ୍ୟନ୍ତରୀଣ ଜିଲ୍ଲାରେ କୋହଲା ପାଗ ରହିବ ବୋଲି ଜଣାପଡ଼ିଛି ।

Comments are closed.