ଚାଇଲ୍ଡ ପର୍ଣ୍ଣ: ଓଡ଼ିଶା ସମେତ ୧୪ ରାଜ୍ୟରେ ଚଢ଼ଉ ଓଡ଼ିଶାର ୩ ସ୍ଥାନରେ ପଞ୍ଝା ମାରିଲା ସିବିଆଇ

72

ନୂଆଦିଲ୍ଲୀ : ଛୁଆଙ୍କ ଅଶ୍ଳୀଳ ଭିଡିଓ ପ୍ରସ୍ତୁତ କରିବା ଏବଂ ତାହାକୁ ସେୟାର କରିବା ମାମଲାରେ ସିବିଆଇ ମଙ୍ଗଳବାର ସକାଳେ ଦେଶରେ ୭୬ ସ୍ଥାନରେ ରେଡ୍ କରିଛି । ସିବିଆଇ ଅଧିକାରୀଙ୍କଠାରୁ ମିଳିଥିବା ସୂଚନା ମୁତାବକ ୧୪ ନଭେମ୍ବରରେ ଏହି ମାମଲାରେ ମୋଟ ୮୩ ଜଣ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ସିବିଆଇ ଅଧିକାରୀଙ୍କ ସୂଚନା ମୁତାବକ ଦେଶର ବିଭିନ୍ନ ରାଜ୍ୟର ୭୬ ସହରରେ ଏହି ସର୍ଚ୍ଚ ଅପରେସନ ଜାରି ରହିଛି । ଦୁଇଦିନ ପୂର୍ବେ ସିବିଆଇ ଏହି ଘଟଣାକୁ ନେଇ ଏକ ମାମଲା ରୁଜୁ କରିଥିଲା । ଆଜି ସକାଳେ ମଧ୍ୟପ୍ରଦେଶ, ଛତିଶଗଡ଼, ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ, ଛତିଶଗଡ଼, ମଧ୍ୟପ୍ରଦେଶ, ଦିଲ୍ଳୀ, ଉତ୍ତର ପ୍ରଦେଶ,ପଞ୍ଜାବ, ବିହାର, ଓଡ଼ିଶା, ତାମିଲନାଡ଼ୁ, ରାଜସ୍ଥାନ, ଗୁଜୁରାଟ, ହରିୟାଣା, ହିମାଚଳ ପ୍ରଦେଶରେ ଭିନ୍ନ ଭିନ୍ନ ସ୍ଥାନରେ ଲୋକଙ୍କ ଘରେ ତନଖି କରିଛି ସିବିଆଇ ।

୧୪ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ଭିନ୍ନ ଭିନ୍ନ ସହରରେ କରାଯାଇଥିବା ଏହି ରେଡରେ ମଧ୍ୟପ୍ରଦେଶର ୩ ବଡ଼ ସହରର ଅନ୍ତର୍ଭୁକ୍ତ ଥିବା ଜଣାପଡ଼ିଛି । ନ୍ୟାସନାଲ କ୍ରାଇମ ରେକର୍ଡ ବ୍ୟୁରୋ ପକ୍ଷରୁ ଜାରି ପରିସଂଖ୍ୟାନ ମୁତାବକ ସାରା ଦେଶରେ ଶିଶୁଙ୍କ ବିରୋଧରେ ସାଇବର କ୍ରାଇମ ୨୦୧୯ ତୁଳନାରେ ୨୦୨୦ରେ ୪ଶହ ପ୍ରତିଶତ ଠାରୁ ଅଧିକ ବଢ଼ିସାରିଛି । ଏଥିରେ ଅଧିକାଂଶ ମାମଲା ଯୌନ କାର୍ଯ୍ୟରେ ପିଲାଙ୍କୁ ଦେଖାଯାଇଥିବା ସାମଗ୍ରୀର ପ୍ରକାଶନ ଓ ପ୍ରସାରଣ ସମ୍ପର୍କିତ ରହିଛି । ଏନ୍ସିଆରର ୨୦୨୦ ପରିସଂଖ୍ୟାନ ଅନୁଯାୟୀ ପିଲାଙ୍କ ବିରୋଧରେ ହୋଇଥିବା ଅନଲାଇନ କ୍ରାଇମ ଉତ୍ତରପ୍ରଦେଶରେ ସବୁଠାରୁ ଅଧିକ ୧୭୦ ମାମଲା ରୁଜୁ ହୋଇଛି । ଏହାପରେ କର୍ଣ୍ଣାଟକ ଏବଂ ମହାରାଷ୍ଟ୍ର ରହିଛି । ଏଠାରେ ଶିଶୁଙ୍କ ବିରୋଧରେ ଯଥାକ୍ରମେ ୧୪୪ ଏବଂ ୧୩୭ଟି ମାମଲା ରୁଜୁ ହୋଇଛି । ସେହିଭଳି କେରଳାରେ ୧୦୭ ଏବଂ ଓଡ଼ିଶାରେ ୭୧ଟି ମାମଲା ରୁଜୁ ହୋଇଛି ।

Comments are closed.