ନକଲି ଗୁଟଖା କାରଖାନା ଠାବ, ମାଲିକ ଗିରଫ

63

ଜୟପୁର : କୋରାପୁଟ – ଦାମନଯୋଡ଼ି ରାସ୍ତାରେ ଏକ ନକଲି ଗୁଟଖା କାରଖାନାକୁ ଠାବ କରିଛି ସେମିଳିଗୁଡ଼ା ପୋଲିସ । ଆଜି ସକାଳେ ଏହି ଚଢ଼ଉ ବେଳେ ଘଟଣାସ୍ଥଳରୁ ୫୦ ଲକ୍ଷ ଟଙ୍କା ମୂଲ୍ୟର ନକଲି ଗୁଟଖାକୁ ଜବତ କରିଛି ପୋଲିସ । ଏହି କାରଖାନାରୁ ଗୁଟଖା ପ୍ରସ୍ତୁତି ନିମନ୍ତେ ବ୍ୟବହୃତ ୧୧ଟି ମେସିନ ଜବତ ହୋଇଛି । ଘଟଣାରେ କାରଖାନାର ମାଲିକକୁ ଗିରଫ କରିଛି ପୋଲିସ । ସେମିଳିଗୁଡ଼ା ଥାନା ପୋଲିସ ପକ୍ଷରୁ ଏନେଇ ଅଧିକ ତଦନ୍ତ ଜାରୀ ରହିଛି ।

Comments are closed.