କମ୍ ସମୟରେ ବଡ଼ ରେକର୍ଡ : ୩୦ଲକ୍ଷ ପରିବାରଙ୍କୁ ମିଳିଲା ସ୍ମାର୍ଟ କାର୍ଡ

53

ଭୁବନେଶ୍ୱର : ନବୀନଙ୍କ ସ୍ମାର୍ଟ ସ୍ୱାସ୍ଥ୍ୟ କାର୍ଡ ଏବେ ଓଡ଼ିଶାର ୩୦ ଲକ୍ଷ ପରିବାରରେ ପହଞ୍ôଚଛି । ସ୍ୱାସ୍ଥ୍ୟକ୍ଷେତ୍ରରେ ଉନ୍ନତି ପାଇଁ ଓଡ଼ିଶା ମଖ୍ୟମନ୍ତ୍ରୀ ନେଇଥିବା ଶୀର୍ଷ ନିଷ୍ପତ୍ତି ଏବେ ଶ୍ରେଷ୍ଠ ଖବର ପାଲଟିଛି । ଅର୍ଥାତ ମାତ୍ର ସଂକ୍ଷିପ୍ତ ସମୟ ମଧ୍ୟରେ ବିଜୁ ସ୍ମାର୍ଟ ସ୍ୱାସ୍ଥ୍ୟ କାର୍ଡ ଅର୍ଥାତ ବିଏସ୍କେୱାଇ ବର୍ତ୍ତମାନ ୩୦ ପରିବାରକୁ ବଣ୍ଟନ କରାଯାଇ ସାରିଛି । ରାଜ୍ୟର ପ୍ରାୟ ୧୧ଟି ଜିଲ୍ଲାରେ ସ୍ମାର୍ଟ ସ୍ୱାସ୍ଥ୍ୟ କାର୍ଡ ବିତରଣ କରାଯାଇଥିବା ନେଇ ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିଛନ୍ତି । ପ୍ରତ୍ୟେକ ଜୀବନ ମୂଲ୍ୟବାନର ଆହ୍ୱାନ ଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେଥିପାଇଁ ଓଡ଼ିଶାର ସମସ୍ତ ଗିରିବ ଲୋକେ ଉନ୍ନତ ମାନର ସ୍ୱାସ୍ଥ୍ୟ ସୁବିଧା ପାଇବା ନେଇ ଓଡ଼ିଶା ସରକାର ଆରମ୍ଭ କରିଛନ୍ତି ଏହି ବୈପ୍ଲବିକ ଯୋଜନା । ଯେଉଁଥିରେ ମହିଳାମାନେ ୧୦ଲକ୍ଷ ପର୍ଯ୍ୟନ୍ତ ଚିକିତ୍ସା ସୁବିଧା ପାଇପାରିବେ ଏବଂ ପୁରୁଷମାନେ ୫ ଲକ୍ଷ ପର୍ଯ୍ୟନ୍ତ ସ୍ୱାସ୍ଥ୍ୟ ସୁବିଧା ବା ଚିକିତ୍ସା ଖର୍ଚ୍ଚର ସୁବିଧା ନେଇପାରିବେ । ରାଜ୍ୟ ସରକାର ପ୍ରଥମେ ଏହି ସ୍ମାର୍ଟ ସ୍ୱାସ୍ଥ୍ୟ କାର୍ଡ ଉପାନ୍ତ ଅଞ୍ଚଳ କୁହାଯାଉଥିବା ମାଲକାନଗିରିରୁ ଆରମ୍ଭ କରିଥିଲେ । ଏହି କାର୍ଡରେ କେବଳ ରାଜ୍ୟ ନୁହେଁ ବରଂ ରାଜ୍ୟ ବାହାରେ ମଧ୍ୟ ୨୦୦ଟି ଉନ୍ନତ ଓ ଦାମୀ ମେଡିକାଲ ରହିଛି । ହିତାଧିକାରୀମାନେ ଚିକିତ୍ସା ପାଇଁ କୌଣସି ସ୍ଥାନରେ ମଧ୍ୟ ଏହାର ସୁବିଧା ଉଠାଇପାରିବେ । ଗୁଣାତ୍ମକ ସ୍ୱାସ୍ଥ୍ୟସେବା ପ୍ରଦାନ କରିବା ଉଦ୍ଦେଶ୍ୟ ବର୍ତ୍ତମାନ ୧୧ଟି ଜିଲ୍ଲାରେ ପହଞ୍ôଚ ସାରିଛି । ଯଦ୍ୱାରା ୩୦ଲକ୍ଷ ପରିବାରଙ୍କ ପାଖରେ ପହଞ୍ôଚ ସାରିଛି ଏହି ସ୍ମାର୍ଟ ସ୍ୱାସ୍ଥ୍ୟ କାର୍ଡ ।

୨୦ରେ ମୁଖ୍ୟମନ୍ତ୍ରୀଙ୍କ ଢେଙ୍କାନାଳ ଗସ୍ତ :

ଆସନ୍ତା ୨୦ ତାରିଖ ଶନିବାର ଢେଙ୍କାନାଳ ଗସ୍ତରେ ଆସୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମିନି ଷ୍ଟାଡିୟମ୍ରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟକାର୍ଡ଼ ବଣ୍ଟନ କରିବା ସହ ବିଭିନ୍ନ ପ୍ରକଳ୍ପର ଉଦ୍ଘାଟନ କରିବେ । ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ପ୍ରସ୍ତୁତି ଜୋରଦାର୍ ଚାଲିଛି । ରାଜ୍ୟ ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଢେଙ୍କାନାଳ ଆସି ଆଗାମୀ କାର୍ଯ୍ୟକ୍ରମ ସମୀକ୍ଷା କରିଛନ୍ତି । ଶ୍ରୀ ଦାସ ଢେଙ୍କାନାଳସ୍ଥିତ ସର୍କିଟ ହାଉସରେ ପହଞ୍ଚିବା ପରେ ଦଳୀୟ କାର୍ଯ୍ୟକର୍ତ୍ତାମାନେ ତାଙ୍କୁ ସ୍ୱାଗତ କରିଥିଲେ । ଏହାପରେ ଶ୍ରୀ ଦାସ ମିନି ଷ୍ଟାଡିୟମ୍ ଯାଇ କାର୍ଯ୍ୟକ୍ରମ ଆୟୋଜନର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଥିଲେ । ସାଂସଦ ମହେଶ ସାହୁ, ସଦର ବିଧାୟକ ସୁଧୀର ସାମଲ, ପରଜଙ୍ଗ ବିଧାୟକ ଡା.ନୃସିଂହ ଚରଣ ସାହୁ, ହିନ୍ଦୋଳ ବିଧାୟିକା ସୀମାରାଣୀ ନାୟକ, ଢେଙ୍କାନାଳ ଜିଲ୍ଲାପାଳ ସରୋଜ କୁମାର ସେଠୀ, ବିଜେଡି ଜିଲ୍ଲା ପର୍ଯ୍ୟବେକ୍ଷକ ବିଜୟ ନାୟକ ପ୍ରମୁଖ ଶ୍ରୀ ଦାସଙ୍କୁ ସାକ୍ଷାତ କରି ଆଗାମୀ କାର୍ଯ୍ୟକ୍ରମ ବାବଦରେ ଆଲୋଚନା କରିଥିଲେ ।

କାର୍ଯ୍ୟକ୍ରମ ଯେପରି ଶାନ୍ତିଶୃଙ୍ଖଳାରେ ଆୟୋଜନ ହେବ ସେଥିନେଇ ସମସ୍ତ ବ୍ୟବସ୍ଥା କରିବାକୁ ଜିଲ୍ଲାପାଳ ଶ୍ରୀ ସେଠୀଙ୍କୁ ଶ୍ରୀ ଦାସ ପରାମର୍ଶ ଦେଇଥିଲେ । ଶନିବାର ପୂର୍ବାହ୍ନ ୧୧ଟା ସମୟରେ ମୁଖ୍ୟମନ୍ତ୍ରୀ ହେଲିକପ୍ଟର ଯୋଗେ ଢେଙ୍କାନାଳରେ ପହଞ୍ଚି ମିନି ଷ୍ଟାଡିୟମରେ ପହଞ୍ଚି ଉଦ୍ବୋଧନ ଦେବା ସହ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟକାର୍ଡ଼ ବଣ୍ଟନ କରିବେ । ଏଥିସହ ନବନିର୍ମିତ ଆଇ ଲଭ ଢେଙ୍କାନାଳ ସେଲ୍ଫି ପଏଣ୍ଟ, ରଥଗଡ଼ାର ମାର୍କେଟ କମ୍ପେ୍ଲକ୍ସ, ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ସମେତ ସହରାଞ୍ଚଳରେ ଲଗାଯାଇଥିବା ୪ଟି ହାଇମାକ୍ସ୍ ଲାଇଟ୍କୁ ଉଦ୍ଘାଟନ କରିବେ ବୋଲି ଜଣାଯାଇଛି । ଏହାପରେ ମୁଖ୍ୟମନ୍ତ୍ରୀ ଅନୁଗୁଳ ଅଭିମୁଖେ ଗସ୍ତ କରିବେ ବୋଲି ଜିଲ୍ଲା ପର୍ଯ୍ୟବେକ୍ଷକ ଶ୍ରୀ ନାୟକ ସୂଚନା ଦେଇଛନ୍ତି । କାର୍ଯ୍ୟକ୍ରମରେ କୋଭିଡ କଟକଣାକୁ ଗୁରୁତ୍ୱ ଦିଆଯିବ । ବିନା ମାସ୍କରେ କାର୍ଯ୍ୟକ୍ରମ ମଧ୍ୟକୁ କୌଣସି ବ୍ୟକ୍ତିଙ୍କୁ ପ୍ରବେଶ ନିମନ୍ତେ ଅନୁମତି ଦିଆଯିବ ନାହିଁ ।

Comments are closed.