ଏମ୍ ଭି ୧୦୯ ରେ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ, ଫାଇନାଲରେ ବିଜୟୀ ହେଲା ଟିମ ମାହିର

59

ମାଲକାନଗିରି : ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ଚିତାପାରୀ-୩ ପଞ୍ଚାୟତର ଏମଭି-୧୦୯ ଗ୍ରାମରେ ଥିବା ପଡ଼ିଆରେ ଆଜି ଫଟାଫଟ ଗ୍ରାମାଞ୍ଚଳ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି । ତେବେ ଗ୍ରାମାଞ୍ଚଳରେ କ୍ରିକେଟ ଖେଳ ପ୍ରତି ପିଲାମାନଙ୍କ ଆଗ୍ରହ ରହିଥିଲେ ମଧ୍ୟ ସେମାନଙ୍କୁ ଉଚିତ ସୁବିଧା ସୁଯୋଗ ନ ମିଳୁଥିବାରୁ ସେମାନଙ୍କୁ ଉତ୍ସାହିତ କରିବା ନିମନ୍ତେ ଏମଭି-୧୨୨, ଏମଭି-୧୦୯, ଏମଭି-୧୦୪ ଏବଂ ଏମଭି-୧୦୮ ଗ୍ରାମବାସୀ ମିଳିତ ଭାବେ ଏହି ଟୁର୍ଣ୍ଣାମେଣ୍ଟ ଆୟୋଜନ କରିଥିଲେ । ଦୀର୍ଘ ୧୬ ଦିନ ଧରି ବିଭିନ୍ନ ଗ୍ରାମର ଯୁବଗୋଷ୍ଠୀ ଭାଗ ନେଇ ନିଜର ପାରିଦର୍ଶିତା ଦେଖାଇଥିଲେ । ଆଜି ଫାଇନାଲ ମ୍ୟାଚରେ ଟିମ ମାହିର ଓ ଜୟ ମା କାଳୀ ଟିମ ମଧ୍ୟରେ ପ୍ରତିଯୋଗିତା ହୋଇଥିବାବେଳେ ୧୫ ଓଭରରେ ଟିମ ଜୟ ମା କାଳୀ ୮୫ ରନ କରି ୯ଟି ୱିକେଟ ହରାଇଥିବା ବେଳେ ଟିମ ମାହିର ୧୩ ଓଭରରେ ୪ଟି ୱିକେଟ ହରାଇ ୮୬ ରନ କରି ବିଜୟ ହାସଲ କରିଥିଲେ ।

ଆଜିର ଏହି ଫାଇନାଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ରେ ମୁଖ୍ୟ ଅତିଥି ଭାବେ ନବରଙ୍ଗପୁର ସାଂସଦ ରମେଶ ମାଝୀ ଯୋଗ ଦେଇ ଯୁବ ଖେଳାଳି ଙ୍କୁ ଉତ୍ସାହିତ କରିବା ସହ ବିଜେତା ଙ୍କୁ ୨୧ ହଜାର ଓ ରନର ଟିମ କୁ ୧୫ ହଜାର ପ୍ରଦାନ କରିଥିଲେ । ସାଂସଦ ଙ୍କ ସହ ବ୍ଲକ ସାଂସଦ ପ୍ରତିନିଧି ମଦନ ଖୋସଲା, ଖଇରପୁଟ ସାଂସଦ ପ୍ରତିନିଧି ଜଗନ୍ନାଥ ମାଝୀ, ବିଜେଡି ନଗର ସଭାପତି ମଙ୍ଗଳା ପାଙ୍ଗି, ଚିତ୍ତ କୂଳଦୀପଙ୍କ ସମେତ ଅନ୍ୟାନ୍ୟ ଗ୍ରାମବାସୀ ଉପସ୍ଥିତ ଥିଲେ । ସମ୍ପୂର୍ଣ୍ଣ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଟିକୁ ସଭାପତି ସୁକାନ୍ତ ହାଲଦାର, ତରୁଣ ମଣ୍ଡଳ ଓ ମନ୍ତୋଷ ବୋଷ ପରିଚାଳନା କରିଥିଲେ ।

Comments are closed.